ସୁନା ଝିଅ ଶ୍ରେୟାଂଶୀ

ତୃତୀୟ ଶ୍ରେଣୀ ବୃତ୍ତି ପରିକ୍ଷାରେ ୯୫ ପ୍ରତିଶତ ମାର୍କ ରଖି ଜୟପାଟଣା ବ୍ଲକରେ ଦ୍ବିତୀୟ ସ୍ଥାନରେ ଶ୍ରେୟାଂଶୀ ସାହୁ

କଳାହାଣ୍ଡି,୧୨/୧୧:

ଜୟପାଟଣା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଶ୍ରେୟାଂଶୀ ସାହୁ ତୃତୀୟ ଶ୍ରେଣୀ ବୃତ୍ତି ପରିକ୍ଷାରେ ଜୟପାଟଣା ବ୍ଲକରେ ଦ୍ବିତୀୟ ସ୍ଥାନ ଅଧୀକାର କରିଛନ୍ତି । ସେ ମ.ରାମପୁର ତଲସାଗର ପଡାର ସାମ୍ବାଦିକ ହେମନ୍ତ ସାହୁଙ୍କ ଝିଆରୀ ତଥା ଅଧ୍ୟାପକ ଶିଶିର କୁମାର ସାହୁ ଓ ଶିକ୍ଷୟତ୍ରୀ ସଦ୍ଧ୍ୟାରାଣୀ ସାହୁଙ୍କ ବଡ ଝିଅ । ଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ତୃତୀୟ ଶ୍ରେଣୀ ବୃତ୍ତି ପରିକ୍ଷାରେ ଶ୍ରେୟାଂଶୀ ୯୫ ଶତକଡା ମାର୍କ ରଖି ସଫଳତା ଲାଭ କରିଥିବାରୁ ତାଙ୍କୁ ବିଭିନ୍ନ ମହଳରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଓଡିଆ ବାର୍ତ୍ତା ପରିବାର ତରଫରୁ ଏହି ସୁନା ଝିଅଙ୍କୁ ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.