କଳାହାଣ୍ଡି,୧୧/୧୨: ଭାରତୀୟ ଜନତା ପାର୍ଟି (ବିଜେପି) ଯୁବ ମୋର୍ଚ୍ଚା ତରଫରୁ ଯୁବକଙ୍କୁ ରୋଜଗାର ଦାବୀରେ ତଥା ପିସି ବିରୋଧରେ ଏକ ହେବା ହକ ନେବା ସ୍ଲୋଗାନ ସହ ଯୁବ ମୋର୍ଚ୍ଚା ସଭାପତି ମୋହନ ମନହୀରାଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାତ୍ରା ବାହାରି ପିଡ଼ବ୍ଲ୍ୟୁଡ଼ି ଓ ଏମ.ଆଇ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ପଦ୍ମ ଲୋଚନ ମିଶ୍ର,ପବନ କୁମାର ଅଗ୍ରୱାଲ,ଖୁସିରାମ ସାହୁ,ମଳୟ କୁମାର ତ୍ରିପାଠୀ,ଅମ୍ବିକା ବୈଠାରୁ ଉପସ୍ଥିତ ଥିବାବେଳେ ଯୁବ ମୋର୍ଚ୍ଚା ତରଫରୁ ମନୋଜ କୁମାର ପଣ୍ଡା,ଦିଲ୍ଲିପ କୁମାର ସାହୁ,କ୍ଷମାନିଧି ବେହେରା,ଦିବାକର ବାଗ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସ୍ୱତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ୍ odiabarta.in