ଲାଞ୍ଜିଗଡରେ ଥମୁନି ହାତୀଙ୍କ ଉତ୍ପାତ


ପୁଣିଥରେ ଫସଳ ନଷ୍ଟ କରିବାସହ କୁଡିଆ ଭାଙ୍ଗିଲା ଗଜରାଜ

ଦଳରୁ ଫିଟିଲା ହାତୀ ଛୁଆ

ଲାଞ୍ଜିଗଡ,୬/୧୦ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ପୁଣିଥରେ ନିଜର ଉପସ୍ଥିତି ଜାହିର କରିଛନ୍ତି ହାତୀପଳ ।  ଛତ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲେପଟାଗୁଡା ଗାଁର  ବୁଡୁ ମାଝୀଙ୍କ କୁଡିଆ ଭାଙ୍ଗିବା ସହ ମକା ଫସଳକୁ ନଷ୍ଟଭ୍ରଷ୍ଟ  କରି ପକାଇଛନ୍ତି। ପ୍ରାପ୍ତ ସୂଚନା ଆଧାରରେ ରାତି ୮ରୁ ୯ ଘଣ୍ଟା ସମୟରେ ବୁଡୁ ମାଝୀ ସ୍ତ୍ରୀ ଟିମୁ ମାଝୀ, ବଡ଼ ଝିଅ କବିତା ମାଝୀ, ମଝିଆ ଝିଅ ଲଛିଦେଇ ମାଝୀ ଓ ୭ ବର୍ଷର ସାନ ଝିଅଙ୍କ ସହିତ ବଗିଚାରେ ଥିବା ଘରୁ ଗାଁକୁ ରାତ୍ର ୮ଟାରେ ଖାଇବାକୁ ଯାଇଥିବା ସମୟରେ ହାତୀପଲ ଆସି ଘରଟିକୁ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର କରି ଦେଇଥିଲେ ।

ଘରେ ଥିବା ଚାଉଳ, କାନ୍ଦୁଲ, ଧାନ ସହିତ ବାସନ କୁସନ, ଲୁଗାପଟା ନଷ୍ଟ କରି ବୁଡୁର ସାଇକେଲକୁ ମଧ୍ୟ ଖଣ୍ଡବିଖଣ୍ଡ କରି ଦେଇ ଥିବାବେଳେ ମକା ବାଡ଼ରେ ପଶି ଫସଲ ନଷ୍ଟ କରି ଗର୍ଜନ ତର୍ଜନ କରିଥିଲେ । ଠିକ ଏହି ସମୟରେ ପରିବାର ଲୋକେ ବଗିଚାରେ ଥିବା ଘରକୁ ଶୋଇବାକୁ ଆସୁଥିବା ବେଳେ ହାତୀ ପଳ ଦେଖି ଜୀବନ ଭୟରେ ପୁଣି ଗାଁକୁ ଚାଲିଯାଇଥିଲେ।

ପ୍ରକାଶ ଯେ ଗତ ଗୁରୁବାର ରାତି ଲାଞ୍ଜିଗଡ ପଞ୍ଚାୟତ ଗୋଇପଟା, ବାନିଗାଁ ଓ ଲାଞ୍ଜିଗଡ କଲୋନୀ ପଡ଼ାର ଭୈରବ ମନ୍ଦିର ପାଖ ଧାନ ଓ କୋଳଥ ଫସଲ ହାତୀ ଉପଦ୍ରବ୍ୟ ଯୋଗୁ ବ୍ୟାପକ ନଷ୍ଟ ହୋଇ ଥିଲା। ରାହୁଳ ଝିମିରି ଜଙ୍ଗଲରେ ଗତ ବୁଧବାରରୁ ୨୫ ରୁ ୩୦ଟି ହାତୀ ଆସି ରହୁଛନ୍ତି । ଗୁରୁବାର ରାତି ୧୦ଘଣ୍ଟା ସମୟରେ ଲାଞ୍ଜିଗଡ ପଞ୍ଚାୟତର ବାନିଗାଁରେ ହାତୀପଲକୁ ଦେଖି ଲୋକେ ଲାଞ୍ଜିଗଡ ବନ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ସାଙ୍ଗେ ସାଙ୍ଗେ ବନ କର୍ମଚାରୀମାନେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ହାତୀ ପଳକୁ ଘଉଡ଼ାଇଥିଲେ। କିନ୍ତୁ ହାତୀପଲ ରାତି ୧୨ଟା ସମୟରେ ଲାଞ୍ଜିଗଡ କଲୋନୀ ପଡ଼ା ଭୈରବ ମନ୍ଦିର ପାଖରେ ଥିବା ମନ୍ଦିରର ରୋଷେଇ ଘର କବାଟ ଭାଙ୍ଗିବା ପରେ ନିକଟସ୍ଥ ମାଗୁର ଡମ୍ବବିଶିଙ୍କ ଏକ ଏକରରୁ ଉର୍ଦ୍ଧ ଧାନ ଫସଲ ସହିତ କୋଳଥ ମଧ୍ୟ ନଷ୍ଟ କରି ରାତ୍ର ଭୋର ସାଡେ ୩ଟାରେ ଲାଞ୍ଜିଗଡ ପଚାୟତର ଗୋଇପଟା ଗ୍ରାମର ଅଚ୍ୟୁତ ମାଝୀଙ୍କ ଦେଢ ଏକର ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲେ।

୨୫ ରୁ ୩୦ଗୋଟି ଥିବା ଏହି ହାତୀପଲ  ନିକଟସ୍ଥ ରାହୁଲ ଝିମିରି ଜଙ୍ଗଲରେ ଥିବା ସ୍ଥାନୀୟ ଲୋକମାନେ କହୁଥିବାବେଳେ ଶୁକ୍ରବାର ଦଳରୁ ହାତୀ ଛୁଆଟି ଫିଟିକିଯାଇ ଜଙ୍ଗଲର ଏକ ପଥର ପାଖରେ ଥିବା ସ୍ଥାନୀୟ ଲୋକମାନେ ଦେଖି ଲାଞ୍ଜିଗଡ ବନ ବିଭାଗ ସୂଚନା ଦେଇଥିଲେ। ଦିନସରା ସେହି ହାତୀ ଛୁଆ ଜଙ୍ଗଲର ଏକ ବଡ଼ ପଥର ପାଖରେ ଥିବାବେଳେ ଲୋକଙ୍କ ଭିଡ଼ ଦେଖି କୁଆଡେ ଯାଇ ପାରିନଥିଲା। ବନ ବିଭାଗ ଛୁଆ ହାତୀକୁ ଜଗିକି ରହିଥିଲେ। ଛୁଆ ହାତୀ ବେନଙ୍ଗାର କାଳିଆ ମାଝୀଙ୍କ ମକା ବାଡ଼କୁ ଆସି ଭୋର ୪ଟାରେ ବେନଙ୍ଗା ଠାରୁ ଜାମଚୁଆଁ ଗାଁ ପଟେଦେଇ ରାହୁଲ ଝିମିରି ଜଙ୍ଗଲକୁ ଯାଇଥିବା ବନ ବିଭାଗରେ ଥିବା ପେଟ୍ରୋଲିଂ ଟିମ କହିଛନ୍ତି। ଶୁକ୍ରବାର ରାତିରେ ବୁଡୁ ମାଝୀଙ୍କ କୁଡିଆ ଭାଙ୍ଗିବାସହ ବ୍ୟାପକ ଫସଳ ନଷ୍ଟ କରିଥିଲେ ହାତୀପଳ ।

ଏହି ହାତୀପଳ ଶନିବାର ବିଶ୍ୱନାଥପୁର ରେଞ୍ଜ ମୂଷାନାଳ ସେକ୍ସନ ବନ୍ଧପାରି ବିଟ୍ ର ବୁରୀ ଜଙ୍ଗଲ ପଟେ ଯାଇଥିବା ଲାଞ୍ଜିଗଡ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏନେଇ ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦକୁ ପଚାରିବାରୁ ମୁଆଜି ଲେପଟା ଗୁଡା ଗାଁକୁ ଯାଇ ବୁଡୁ ମାଝୀର ବଗିଚାରେ ଥିବା ଝାଟିମାଟିର ଚାଷ କୁଡ଼ିଆ ଘରକୁ ହାତୀ ଭାଙ୍ଗିଥିବା ସହ ଘର ସାମଗ୍ରୀ ନଷ୍ଟ କରିଛି। ଆକଳନ ପରେ ସରକାର ତରଫରୁ ଯାହା ସାହାଯ୍ୟ ମିଳିବ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ(ନିଲେଶ)ଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta