ଛତିଶଗଡ଼ ନିର୍ବାଚନ ରେ କଂଗ୍ରେସର ବିଜୟକୁ ନେଇ ଜୁନାଗଡ଼ କଂଗ୍ରେସରେ ଖୁସିର ମାହୋଲ
ଜୁନାଗଡ,୧୧/୧୨:
ଛତିଶଗଡରେ ବିଜେପି ସରକାରର ପତନ ସହ କଂଗ୍ରେସ ର ଉତ୍ଥାନକୁ ନେଇ ଜୁନାଗଡ଼ କଂଗ୍ରେସ କର୍ମୀ ମାନେ ପ୍ରବଳ ଉତ୍ସାହ ଉଦ୍ଦିପନାର ସହ ବିଜୟ ଉତ୍ସବ ପାଳନ କରିଛନ୍ତି । ମଙ୍ଗଳବାର ସଦ୍ଧ୍ୟାରେ ଜୁନାଗଡ ଠାରେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତୁଲେଶ୍ଵର ନାୟକ
, ଜୁନାଗଡ ସଭାପତି ମଦନ ମୋହନ ସାହୁ , ଯୁବ ନେତା ପ୍ରଭାତ ଦାଶ ପ୍ରମୂଖ ମିଷ୍ଟାନ୍ନ ବଣ୍ଟନ କରିବା ସହ ବାଣ ରୋଷଣିରେ କଂଗ୍ରେସ କର୍ମୀ ମାନଙ୍କ ସହ ବିଜୟ ଉତ୍ସବ ପାଳନ କରିଥିଲେ । ଜନ ସାଧାରଣ ପରିବର୍ତନ ଚାହୁଁଛନ୍ତି ତେଣୁ ଏଥର ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ତଥା ଓଡିଶାରେ କଂଗ୍ରେସ ଆସିବ ବୋଲି କଂଗ୍ରେସ ନେତାମାନେ ପ୍ରକାଶ କରିଛନ୍ତି ।
Report by :
Rakesh kumar Bemal, Reporter Junagarh odiabarta.in