ସାଗରିକା ସାହୁ
କେତେ ବଛରୁ ତୋର୍ ବାଟ୍ ଦେଖୁଛେ
ଆଏବୁ ବଲିରେ ଭାଇ,
କେତେ ଦିନୁ ସବୁ ସେନହ ମମତା କେ
ଯତ୍ନେ ରଖିଛେ ଥୁଇ।
ମାଁ ଦୁର୍ଗା ଠାନେ ସବୁ ବଛରେ ମୁଇଁ
ଚଢଉଛେ ଜିଉଁନ୍ତିଆ,
ତୋର୍ ମଙ୍ଗଲ୍ ଲାଗି ମାଁର୍ ପାହା ତଲେ
ମାରୁଛେ ମୁଇଁ ମୁଡି଼ଆ।
ଦେଶର୍ ଲାଗି ଭାଇ ଜୀବନ୍ ଦେଲୁ ତୁଇଁ
ଗର୍ବେ ଫୁଲାସିଁ ଛାତି,
ତୋର୍ କଥା ମନେ ପଡସି ସବୁବେଲେ
ଝୁରୁଥିସି ଦିନ ରାତି।
ହେଲେ ଇ ଅବୁଝା ମନ୍ ନାଇଁ ବୁଝି କରି
ହେତେଇ ହେଉଥିସି ତତେ,
ତର୍ ଲି ଯାଏସି ଛାତିର୍ କଲଜା
ଟାନ୍ କଲେ ବି ଯେତେ।
ସପନ୍ ଥିଁ ଘାଏ ଆଏତୁ ଯଦି ବାବୁ
ଜିଉଁନ୍ତିଆ ଦେତି ବାନ୍ଧି,
ଦେଖି କରି ତତେ ଭୁଲ୍ ତି ସବୁ ଦୁଖ୍
ହାତେ ତୋର୍ ହାତ୍ ଛନ୍ଦି।
ମାଁ ଦୁର୍ଗା ଠାନେ ଏତ୍ କି ଗୁହାରି
କାହାରିର୍ ଭାଇ କେ ନାଇଁ ଛିନ୍ଉ,
ଦଶ୍ ରା ମାସ୍ ଆଏଲେ କାର୍ ବୁହେନ୍
ମୋର୍ ବାଗିର୍ ନାଇଁ କାନ୍ଦୁ।