କଳାହାଣ୍ଡି,୧୨/୧୨:
କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକର ଋଷିଡା ଠାରେ କଂଗ୍ରେସ ଦଳ ପକ୍ଷରୁ ବିଜୟ ଉତ୍ସବ ପାଳନ ହୋଇଛି । ୫ ଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ ରେ କଂଗ୍ରେସର ବିପୁଳ ବିଜୟ ହେତୁ କର୍ମୀମାନେ ଋଷିଡା ଡେଲିମାର୍କେଟ ରେ ବାଣ ଫୁଟାଇ ଥିଲେ ଏବଂ କଂଗ୍ରେସ ଜିନ୍ଦାବାଦ ଧ୍ଵନୀ ରେ ସମଗ୍ର ଅଂଚଳ ପ୍ରକମ୍ପିତ କରିଥିଲେ । ଏ ଅବସରରେ ମିଷ୍ଟାନ୍ନ ମଧ୍ୟ ବଣ୍ଟନ କରାଯାଇଥିଲା। ଏଥିରେ ବରିଷ୍ଠ ନେତା ପ୍ରମୋଦ ସାହୁ, ସେବାଦଳ ସଭାପତି ରାଜୁ ବାରିକ, ଦୈତରାମ ସୁନା, ପଞ୍ଚାନନ ସାହୁ, ଉତ୍ତମ ଭୋଇ, ମାର୍କଣ୍ଡ ସାହୁ, ହୃଦାନନ୍ଦ ମଲ୍ଲିକ, ଘନ ସାହୁ, ଦିନମଣି ସୁନା, ଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।
Report by :
Narottam Selma, Special Correspondent odiabarta.in