କଳାହାଣ୍ଡି,୧୨/୧୨:
ଝାଡଖଣ୍ଡର ରାଜଧାନୀଠାରେ ତିନିଦିନ ବ୍ୟାପି ଆୟୋଜିତ ହେଉଛି ଡିଏଭି ସ୍ତରୀୟ ଜାତୀୟ ପ୍ରତିଯୋଗିତା । ଏଥିରେ ସାରା ଦେଶର କୋଣ ଅନୁକୋଣର ଡିଏଭି ସ୍କୁଲର ପ୍ରତିଯୋଗୀ ଭାଗ ନେଉଥିବାବେଳେ ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାର ଏକମାତ୍ର ଲାଞ୍ଜିଗଡସ୍ଥିତ ଡିଏଭି ବେଦାନ୍ତ ଇଣ୍ଟର ନେସନାଲ ସ୍କୁଲର ପାଞ୍ଚ ଜଣ ଛାତ୍ର ଏଥିପାଇଁ ଯୋଗ୍ୟତା ହାସଲ କରିଛନ୍ତି । କରାଟେରେ ସ୍କୁଲର ଛାତ୍ର ଲୋକେଶ କୁମାର ମହାକୁଡ ଓ ହରିଶ ରାୟ , ଆଥଲେଟିକ୍ସରେ ପଞ୍ଚୁ ମାଝୀ , ଫୁଟବଲରେ ରାଜୁ ମାଝୀ ଓ ଦିଲିପ ମାଝୀ ସାମିଲ ହୋଇଥିବା ଜଣାପଡିଛି । ସ୍କୁଲର ଅଧ୍ୟକ୍ଷା ଶୁକ୍ଲା ଚକ୍ରବର୍ତ୍ତୀ ଓ କ୍ରୀଡା ଶିକ୍ଷକ ଦୁଷ୍ମନ୍ତ ମାଝୀଙ୍କ ନେତୃତ୍ୱରେ ଏହି ପାଞ୍ଚଜଣ ଛାତ୍ର ରାଞ୍ଚି ଯାତ୍ରା କରିଥିବାବେଳେ ସ୍କୁଲର ଏହି ସଫଳତାରେ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଏଇ ନିକଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ଏହି ସ୍କୁଲର ଛାତ୍ରଛାତ୍ରୀମାନେ ଭାଗ ନେଇ ୧୪ଟି ସ୍ୱର୍ଣ୍ଣ,୨୧ଟି ରୌପ୍ୟ ଓ ୧୪ଟି କାଂସ୍ୟ ପଦକ ହାସଲ କରି ଅଞ୍ଚଳର ଗୌରବ ବୃଦ୍ଧି କରିଥିଲେ ।
Report by :
Sushil Kumar Bag, Special Correspondent odiabarta.in