ବଡବନ୍ଧ ଗ୍ରାମରେ ଗୋପଲିଳା ପାରାୟଣ 

ସଇଁତଲା,୯/୧୦ : ବିଶ୍ଵ ଶାନ୍ତି ଓ ଗ୍ରାମର ମଙ୍ଗଳ ପାଇଁ ପାଞ୍ଚ ଦିନ ଧରି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ ଗ୍ରାମରେ ଗୋପଳିଳା ପାରାୟଣ କାର୍ଯ୍ୟ କ୍ରମ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଶୁଶିଲ କୁମାର ଚାନ୍ଦ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ରଶ୍ମିତା ଚାନ୍ଦ ପାରାୟଣର କର୍ତ୍ତା ଥିବା ବେଳେ ଶ୍ରୀ ସରୋଜ କୁମାର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ମମତା ପ୍ରଧାନ ଦୂର୍ଗା ପୂଜାର କର୍ତ୍ତା ଦାୟିତ୍ବ ନିର୍ବାହ କରିଥିଲେ । ପଣ୍ଡିତ ଶ୍ରୀ ଶୁଦର୍ଶନ ପୂରୋହିତ, ସନ୍ତୋଷ ଚାନ୍ଦ, ଗୌତମ ମିଶ୍ର, ବିଶ୍ବମ୍ବର ମିଶ୍ର ପୂଜାର୍ଚ୍ଚନା କରିଥିଲେ । ବ୍ୟାସ ପଣ୍ଡିତ ଶ୍ରୀ ମିଳନ କୁମାର ମିଶ୍ର ପାରାୟଣ ପଠନ କରିଥିଲେ । ସର୍ବଶ୍ରୀ ରାଘବ ଗଡତ୍ୟା, ସନାତନ ମେହେର, ଚଞ୍ଚଳ ପ୍ରଧାନ, ଅଶ୍ଵିନୀ ମେହେର, ପଦ୍ମନାଭ ଗଡତ୍ୟା ,ବିଶୁ ପୁରୋହିତ, ଅନନ୍ତ ମେହେର, ରମେଶ ସାହୁ ଓ ବଡବନ୍ଧ ଗ୍ରାମବାସୀ ସହଯୋଗ କରିଥିଲେ ।

ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.