ହିନ୍ଦୁ ଦେବାଦେବୀଙ୍କ ଫଟୋ ଜାଳି ସୋସିଆଲ୍ ମିିଡିଆରେ ଭାଇରାଲ୍, ଅଭିଯୁକ୍ତ ଗିରଫ


ରାୟଗଡ,୯/୧୦ : ଭାରତର ସମ୍ବିଧାନ ପ୍ରଣୟତା ଡଃ.ଭୀମାରାଓ ଅମ୍ବେଦକରଙ୍କ ଜୀବନର ନୀତିନିୟମ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ଯୁବକ ତାଙ୍କର ମାର୍ଗରେ ଚାଲିବାର ଆଳ ଦେଖାଇ ନିଜକୁ ଆଦିବାସୀ, ହରିଜନ ଓ ସଂଖ୍ୟାଲଘୁ ବର୍ଗର ପରିଚୟ ଦେଇ ହିନ୍ଦୁ ଦେବାଦେବୀଙ୍କ ଫୋଟଚିତ୍ରଗୁଡିକକୁ ଜାଳିବା ସହ ଯୁବଗୋଷ୍ଠୀଙ୍କ ମନରେ ଏକ ସାଂପ୍ରଦାୟିକ ସଦଭାବନାକୁ ନଷ୍ଟ କରିବା ଭଳି ଘଟଣାକୁ ନେଇ ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ସାରା ରାୟଗଡ ଜିଲ୍ଳାରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଏପରି ସମ୍ବେଦନଶୀଳ ଭିଡିଓ ଭାଇରଲ ହେବା ପରେ ଏ ନେଇ ରାୟଗଡ ଥାନାରେ ଲିଖିତ ଅଭିଯୋଗ ପରେ ଏ ସଂପର୍କରେ ଖବର ପାଇ ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ସର୍ବଣା ବିବେକ ଏମ.ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ରାୟଗଡ ପୋଲିସ । ଗିରଫ ଯୁବକ ଜଣକ ହେଲେ ରାୟଗଡ ଜିଲ୍ଳା କାଶିପୁର ବ୍ଳକ ଟିକିରି ଥାନା ଅନ୍ତର୍ଗତ ପଂଚାଳି ଗ୍ରାମର କାମଦେବ ଗରଡାଙ୍କ ପୁଅ ଅଗସ୍ଥି ଗରଡା(୨୬) । ଏ ନେଇ ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ଶ୍ରବଣା ବିବେକ ଏମ.ଜିଲ୍ଳା ପୋଲିସ କାର୍ଯ୍ୟାଳୟ ଠାରେ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମିିଳିଥିବା ସୂଚନା ପ୍ରକାରେ ଗତ ମଙ୍ଗଳବାର ଦିନ ବିଜୟା ଦଶମୀ ତଥା ଦଶହରା ଅବସରରେ ପଂଚାଳି ଗ୍ରାମରେ ଅଗସ୍ଥି ଗରଡା ନାମକ ଯୁବକ ନିଜ ସହ କିଛି ଅନ୍ୟ ଯୁବକଙ୍କୁ ନେଇ ଏକ ଖୋଲା ପଡିଆ ଠାରେ ଗୋଟିଏ ପାଖ ହିନ୍ଦୁ ଦେବାଦେବୀ ଓ ଅନ୍ୟପାଖରେ ଭାରତର ସମ୍ବିଧାନ ପ୍ରଣୟତା ଡଃ.ବି.ଆର.ଅମ୍ବେଦକରଙ୍କ ଫୋଟ ଚିତ୍ର ରଖି ନିଜର ଏକ ଭିଡିଓ ସୁଟିଂ କରି ପରେ ଏହାକୁ ୱାଟସଅପ୍ ଗ୍ରୁପ ମାଧ୍ୟରେ ଭାଇରଲ କରିଥିଲେ । ଏହି ଭିଡିଓରେ ଡଃ.ଅମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଥିବା ଯୋଗୁଁ ତାଙ୍କୁ ସେ ଭଗବାନ ବୋଲି ମାନୁଥିବା ବେଳେ ତାଙ୍କ ଫୋଟଚିତ୍ରରେ ଫୁଲ ଦେଇ ମହମବତୀ ଜଳାଇ ତାଙ୍କୁ ପୂଜା କରିଥିବା ବେଳେ ଆରପାଖରେ ଥିବା ହିନ୍ଦୁ ଦେବାଦେବୀଙ୍କ ଫୋଟଗୁଡିକର ଆଉ ଆବଶ୍ୟକତା ନାହିଁ ବୋଲି କହି ଏକ ପ୍ଳାଷ୍ଟିକ ବୋତଲରେ ପେଟ୍ରୋଲ ଆଣି ପକାଇ ତାହିଁରେ ନିଆଁ ଲଗାଇ ଦେଇ ଜୟ ଭୀମର ନାରା ଦେଇଥିଲେ । ଯାହାକି ହିନ୍ଦୁ ସଂପ୍ରଦାୟକୁ ସଂପୂର୍ଣ୍ଣ ଭାବେ ଆଘାଣ କରିଥିବାରୁ ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ୱାଟସଅପ ଗ୍ରୁପରେ ସବୁ ମହଲରୁ ପ୍ରତିକ୍ରିୟା ଓ ପ୍ରତିବାଦ ଆରମ୍ଭ ହୋଇଥିଲା । ରାୟଗଡ ସହରର ରାଣୀଗୁଡା ଫାର୍ମର୍ ଅଂଚଳର ବିଶ୍ୱରାଜ ଚିଂଚ୍ଛାଣୀ ନାମକ ଯୁବକ ଏ ନେଇ ରାୟଗଡ ଥାନାରେ ଭାଇରଲ ଭିଡିଓକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିବା ପରେ ରାୟଗଡ ଥାନା କେସ ନମ୍ବର ୩୪୫/୮/୧୦/୨୦୧୯ ପ୍ରକାରେ ରାୟଗଡ ଓ ଟିକିରି ପୋଲିସ ପକ୍ଷରୁ ଭାଇରଲ ଭିଡିଓର ପୋଷ୍ଟିଂକୁ ଅନୁସନ୍ଧାନ କରାଯାଇ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଗସ୍ଥି ଗରଡିଆଙ୍କୁ ଗରିଫ କରାଯାଇ ୟୁ/ଏସ/୧୫୩ ଏ/୨୯୫/ ୨୯୫ ଏ/୩୪/୧୨୦ବି ଆଇପିସ ଧାରାରେ ତାଙ୍କୁ କୋର୍ଟ ଚାଲାଣ କରାଯିବା ସହ ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଯଥାଶୀଘ୍ର ଗିରଫ କରାଯିବ ଏବଂ ଏପରି ସମ୍ବେଦନଶୀଳ ଭାଇରଲ ଭିଡିଓଗୁଡିକକୁ ସୋସିଆଲ ମିଡିଆରେ ପୋଷ୍ଟିଂ ନ କରିବାକୁ ଜିଲ୍ଳା ଏସ.ପି.ଡଃ.ଶ୍ରବଣା ବିବେକ ନିବେଦନ କରିଛନ୍ତି ଏବଂ ଏପରି ଭିଡିଓ ଭାଇରଲ ପୋଷ୍ଟିଂ ଏକ ଅପରାଧ ହୋଇଥିବାରୁ ଏଥିରୁ ନିବୃତ ରହିବା ପାଇଁ ସେ କହିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta