ଲାଞ୍ଜିଗଡ ବ୍ଲକସ୍ତରୀୟ ଭଲିବଲ ପ୍ରତିଯୋଗିତା : ଜଗନ୍ନାଥପୁର ବିଜୟୀ

କଳାହାଣ୍ଡି,୧୨/୧୨:

ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ବିଜୁ ଯୁବବାହିନୀ ପକ୍ଷରୁ ଆୟୋଜିତ ଦ୍ୱିଦିବସୀୟ ଭଲିବଲ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ସୋମବାର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଶେଷ ହୋଇଥିବାବେଳେ ମଙ୍ଗଳବାର ସେମି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ସେମି ଫାଇନାଲ ମ୍ୟାଚ୍ ରେ ଚମ୍ପାଦେଇପୁର ଦଳ ବାତେଲିମାକୁ ପରାଜିତ କରିଥିବାବେଳେ ଜଗନ୍ନାଥପୁର ଦଳ ଲାଞ୍ଜିଗଡ ରୋଡ ଦଳକୁ ପରାସ୍ତ କରିଥିଲା । ଏହାପରେ ଦୁଇ ସେମିଫାଇନାଲ ବିଜେତା ଦଳ ମଧ୍ୟରେ ଫାଇନାଲ ମୁକାବିଲା ହୋଇଥିବାବେଳେ ଚମ୍ପାଦେଇପୁରକୁ ପରାସ୍ତ କରି ଜଗନ୍ନାଥପୁର ଦଳ ବିଜୟୀ ହୋଇଥିଲା । ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ତୁଳସୀ ନାଏକ, ଲାଞ୍ଜିଗଡ ପ୍ରେସ୍ କ୍ଲବ ସଭାପତି କୈଳାସ ସାହୁ, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ସରସ୍ୱତୀ ମୁଣ୍ଡା ପ୍ରମୁଖ ଯୋଗ ଦେଇ ବିଜେତା ଓ ଉପବିଜେତାଙ୍କୁ ପୁରସ୍କୃତ କରିଥିଲେ । ବିଜୁ ଯୁବବାହିନୀର ବ୍ଲକ ସଂଯୋଜକ ଜଗସନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାକୁ ବିଜେପୁର ବିଜୁ ଯୁବବାହିନୀର ସଭାପତି ପରୀକ୍ଷିତ ନାଏକ, ବାତେଲିମା ବିଜୁ ଯୁବବାହିନୀର ସଭାପତି ମୂରଲୀ ନାଏକ, ବିଜୁ ଯୁବବାହିନୀ ସଦସ୍ୟ ବିନୟ କୁମାର ସାହୁ, ଖମ୍ବେଶ୍ୱର ଘଡେଇ ଓ ରାଧାମୋହନ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Report by :

Sushil Kumar Bag, Special Correspondent odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.