ଏମପି : କିଏ ହେବେ ମୁଖ୍ୟମନ୍ତ୍ରୀ?

ଭୋପାଳ, ୧୨/୧୨: ଛିନ୍ଦୱାଡା ସାଂସଦ କମଳନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ପାର୍ଟିର ପ୍ରଚାର କମିଟି ମୁଖ୍ୟ ଏବଂ ଗୁନା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ଭାବରେ ନିଜକୁ ଉପସ୍ଥାପନ କରିପାରନ୍ତି ।

 

କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଉଭୟ ବରିଷ୍ଠ ନେତା ନିଜ ନିଜ ସମର୍ଥକଙ୍କୁ ନେଇ ସ୍ଲୋଗାନ ଦେଉଥିଲେ ।
ସମର୍ଥକମାନଙ୍କ ମଧ୍ୟରୁ ଜଣେ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଥଲେ ଦଳ ଜିତିଲେ କମଲନାଥ ମୁଖ୍ୟମନ୍ତ୍ରୀ ହେବେ । କମଲନାଥଙ୍କୁ ଦିଗବିଜୟ ସିଂହଙ୍କ ସମର୍ଥନ ମିଳିଛି ।

 

ମଧ୍ୟପ୍ରଦେଶରେ ପାର୍ଟିକୁ ବହୁତ କମ ବ୍ୟବଧାନରେ ବିଜୟ ମିଳିଛି । ଏଥିପାଇଁ କମଲନାଥ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି । ସେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଭଳି ସମ୍ଭାବିତ ସହଯୋଗୀଙ୍କ ସହିତ ତାଳମେଳ ରଖିବାରେ ସମର୍ଥ । କମଲନାଥଙ୍କ ଅନ୍ୟ ଏକ ବଡ଼ ଗୁଣ ହେଲା ଯେ, ସେ ଦଳର ସବୁ କର୍ମକର୍ତ୍ତାଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି । ଆଶା କରାଯାଉଛି ଯେ, ସିନ୍ଧିଆ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ।

 

କମଲନାଥ (୭୧ ବର୍ଷ) ମୁଖ୍ୟମନ୍ତ୍ରୀ ହେବାକୁ ଏହା ହେଉଛି ଶେଷ ସୁଯୋଗ । ସେ ବହୁଦିନ ହେବ ସାଂସଦ ଅଛନ୍ତି । ସେ ଯେଭଳି ଭାବରେ ରାଜ୍ୟରେ ପ୍ରଚାର କରିଛନ୍ତି, କଂଗ୍ରେସ ବହୁ ପ୍ରଶଂସା କରିଛି । ରାଜ୍ୟରେ ସିନ୍ଧିଆ ଲୋକଙ୍କ ପସନ୍ଦର ନେତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.