ବିଜୟା ଦଶମୀରେ ରାବଣ ପୋଡି ଓ ଦୁର୍ଗା ପୂଜା ମହାସମାରୋହରେ ପାଳିତ


ରାୟଗଡ,୯/୧୦: ଚଳିତ ଆଶ୍ୱନୀ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଶୁକ୍ରବାର ଠାରୁ ଶାରଦୀୟ ବିଜୟା ଦଶମୀ ବିହିତ ଦୁର୍ଗା ପୂଜା ମଣ୍ଡପଗୁଡିକରେ ମୃଣ୍ମୟୀ ଦେବୀ ମାଁ ଦୁର୍ଗାଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ବ୍ରାହ୍ମଣ ସାହିସ୍ଥିତ ସ୍ୱେଚ୍ଛାସେବୀ ଯୁବକ ସଂଘ ଦୁର୍ଗା ପୂଜା କମିଟି ଆନୁକୁଲ୍ୟରେ ଗତ ୪ତାରିଖ ଠାରୁ ୧୧ତାରିଖ ପର୍ଯ୍ୟନ୍ତ ପୂଜା ଅନୁଷ୍ଠିତ ହେଉଛି । ଗତ ମଙ୍ଗଳବାର ଦିନ ବିଜୟା ଦଶମୀ ପୂଜା କର୍ମ ଆରମ୍ଭ,କୁମାରୀ ପୂଜନ,ଅପରାଜିତ ପୂଜା ପରେ ରାତ୍ର ୮ଘଂଟିକା ସମୟରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ଣ୍ଣାହୁତି ନିହିତ ହୋମ ତତପରେ ଘଟ ବିସର୍ଜନ ଅନୁଷ୍ଠିତ ହୋଇଥିଲା । ସେହିପରି ୯ତାରିଖ ଓ ୧୦ତାରିଖରେ ବିଶ୍ରାମ ପୂଜା ପରେ ଆସନ୍ତା ୧୧ତାରିଖ ଶୁକ୍ରବାର ସଂଧ୍ୟାରେ ମାଁଙ୍କ ମେଲାଣି ଯାତ୍ରା ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି । ରାବଣ ପୋଡି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଓ ତାଙ୍କ ପରିବାର ସହ ଜିଲ୍ଳା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା,ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ସର୍ବଣା ବିବେକ ଏମ.ଙ୍କ ସମେତ ପୂଜା କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ରାବଣ ପୋଡିରେ ପୂଜା କମିଟି ପକ୍ଷରୁ ସୁନ୍ଦର ଆତସବାଜ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ବାଣ ଶଦ୍ଦରେ ଅଂଚଳ ପ୍ରକମ୍ପିତ ହୋଇ ଉଠିବା ସହ ଅନ୍ଧାର ଆକାଶରେ ସୁସୁନ୍ଦର ରଙ୍ଗବେରଙ୍ଗ ଆଲୋକ ଝଲସି ଉଠିଥିଲା । ଏହି କାର୍ଯ୍ୟକ୍ରମରେ ସହର ତଥା ଆଖପାଖ ଅଂଚଳର ୧୦ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

———————————————————

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta