ଶୁଭ ଜନ୍ମଦିନ 2.0

ଆଜି ସୁପରଷ୍ଟାର ରଜନୀକାନ୍ତଙ୍କ ଜନ୍ମଦିନ । ସଦ୍ୟ ମୁକ୍ତିପ୍ରାପ୍ତ ‘୨.୦’ ମାଧ୍ୟମରେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ନୂଆ ଏକ ସ୍ଥାନରେ ପହଂଚାଇଥିବା ଏଇ ତାମିଲ ତଥା ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଅଭିନୟ ଜୀବନ ନିର୍ଦ୍ଦେଶକ ଆର. ବାଳଚନ୍ଦ୍ରନ ନିର୍ଦେଶିତ ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ‘ଅପୂର୍ବ ରାଗଙ୍ଗଲ'(୧୯୭୫)ରୁ ଆରମ୍ଭ କରିଥିଲେ ।

ପ୍ରାରମ୍ଭିକ ଜୀବନରେ ସହନାୟକ ଭୂମିକାରେ ଅଭିନୟ କରିବା ପରେ (ତାମିଲ ଚଲଚିତ୍ର ଗୁଡିକରେ), ସେ ଧିରେଧିରେ ଏକ ସ୍ଥାପିତ ମୁଖ୍ୟ ଅଭିନେତା ରୂପରେ ନିଜକୁ ପ୍ରତିଷ୍ଠିତ କରେଇଥିଲେ । ନିଜ ଜୀବନର କିଛି ବର୍ଷ ମଧ୍ୟରେ ସେ ତାମିଲ ସିନେମାର ଏକ ମହାନାୟକ ହିସାବରେ ପରିଗଣିତ ହେଇଥିଲେ ଓ ତାହା ପରଠାରୁ ଭାରତର ଲୋକପ୍ରିୟ ସଂସ୍କୃତିର ଏକ ପ୍ରତିମାନ ରୁପେ ତାଙ୍କୁ ଗଣା ଯାଇ ଆସୁଅଛି ।

ଏକ ଭିନ୍ନ ଶୈଳୀର ଅଭିନୟ ତଥା ସଂଳାପ କହିବା, ତାଙ୍କ ଲୋକପ୍ରିୟତା ଓ ଜନ-ଆକର୍ଷଣର ମୂଖ୍ୟ କାରଣ ଅଟେ ।ତାମିଲ ଚଳଚ୍ଚିତ୍ର ‘ଶିବାଜୀ’ ପାଇଁ ତାଙ୍କୁ ଯେବେ ୨୬ କୋଟି ଟଙ୍କା ଦିଆଗଲା, ସେ ଜାକି ଚାନଙ୍କ ପରେ ଏସିଆର ସବୁଠାରୁ ଅଧିକ ଦାମୀ ଅଭିନେତା ରୂପେ ପରିଗଣିତ ହେଲେ । ତାମିଲନାଡୁ ରାଜନୀତିରେ ତାଙ୍କର ସକ୍ରିୟତା, ତାଙ୍କୁ ଚଳଚ୍ଚିତ୍ର ଜଗତର ଜଣେ ପ୍ରଭାବଶାଳୀ ଅଭିନେତା ଭାବେ ପରିଚିତ କରେଇ ପାରିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.