ଭୁବନେଶ୍ବର/ଜୁନାଗଡ,୧୨/୧୨:
ଯାଦବ ସଂସ୍କୃତିର ସମ୍ୟକ ପରିଚୟ
ଯାଦବ ସଂସ୍କୃତି ବିଶ୍ବର ପ୍ରାଚୀନତମ ସଂସ୍କୃତି ମଧ୍ୟରେ ଅନ୍ୟତମ । ଏହି ସଂସ୍କୃତି ବିଶ୍ବ ଭାତୃତ୍ବର ବାର୍ତ୍ତା ପ୍ରଦାନ କରିବାସହ ସମସ୍ତଙ୍କୁ ଆପଣେଇ ଶାନ୍ତି, ମୈତ୍ରୀର ସହ ସହବସ୍ଥାନ କରିବାର ମାର୍ଗ ଦେଖାଇଥାଏ । ଯାଦବ ଜାତିର ସ୍ବର୍ଣିମ ଇତିହାସ ରହିଛି । ବେଦ ଠାରୁ ଆରମ୍ଭ କରି ଅନେକ ପୁରାଣ ଉପପୁରାଣ ଏହି ମହାନ ଜାତିର ଗାଥାକୁ ନେଇ ମୂଖରିତ ହୋଇଛନ୍ତି । ଦେଶର ବିଭିନ୍ନ ପ୍ରାନ୍ତ ତଥା ବିଦେଶରେ ବସବାସ କରୁଥିବା ସମସ୍ତ ଯାଦବ ଯଦୁବଂଶ ଅନ୍ତର୍ଗତ । ଏମାନେ ଭିନ୍ନ ଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ପରିଚିତ ହୋଇଥାନ୍ତି ।
ଭଗବାନ ଶ୍ରୀକୃଷ୍ଣଙ୍କ ଆଦର୍ଶରେ ପରିଚାଳିତ ଯାଦବ ମାନେ କଳାହାଣ୍ଡି ତଥା ପଶ୍ଚିମ ଓଡିଶାକୁ ଆସି ବସତି ସ୍ଥାପନ କରିବାର ହଜାର ହଜାର ବର୍ଷ ବିତି ଯାଇଥିବା ଐତିହାସିକ ମାନେ ମତବ୍ୟକ୍ତ କରନ୍ତି । ସେହିପରି ଓଡିଶାର ବିଭିନ୍ନ ପ୍ରାନ୍ତରେ ଯାଦବ ମାନେ ଅନ୍ୟାନ୍ୟ ସଂପ୍ରଦାୟ ସହ ଉତ୍ତମ ସଂପର୍କ ରଖି ଚଳିଆସୁଛନ୍ତି । ଅତିତରେ ଏକ ବୀର ଜାତିର ସ୍ବାକ୍ଷର ବହନ କରୁଥିବା ଏହି ଜାତି ସମୟର ନିର୍ମମ ପଟ୍ଟ ପରିବର୍ତନ ଯୋଗୁଁ ଆଜି ଅବହେଳିତ , ନିଷ୍ପେସିତ ଜୀବନ ନିର୍ବାହ କରିବାରେ ବାଦ୍ଧ୍ୟ ହୋଇଛନ୍ତି । ତେଣୁ ଯାଦବ ମାନଙ୍କୁ ସଂଗଠିତ କରି ନିଜର ମହାନ ଐତିହ୍ୟ ପରଂପରା ବିଷୟରେ ଅବଗତ କରିବାସହ ଯାଦବ ସମାଜକୁ ଶିକ୍ଷା, ଅର୍ଥନୈତିକ ପ୍ରଗତୀ ଦିଗରେ ଅଗ୍ରସର କରିବା ପାଇଁ ରାଜ୍ୟ ସ୍ଥରରେ ଉତ୍କଳ ଯାଦବ ମହାସଭା କାର୍ଯ୍ୟକରୁଛି । ଏହି ମହାସଭା ଅଧୀନରେ କଳାହାଣ୍ଡି ଯାଦବ ମହାସଭା ରହିଛି ।
ଅଷ୍ଟମ ଯାଦବ ମହାସଭାର ଚୁଡାନ୍ତ ରୂପରେଖ ନେଇ ପ୍ରସ୍ତୁତି ବୈଠକ
୧୯୮୦ ମସିହାରେ କଳାହାଣ୍ଡିରେ ପ୍ରଥମ ଯାଦବ ମହାସଭା ଅନୁଷ୍ଠିତ ହୋଇଥିଲା । ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି ମହାସଭା ଇତି ମଧ୍ୟରେ ୭ଟି ମହାସଭା ଆୟୋଜନ କରିପାରିଛି ଓ ବର୍ତମାନ ୨୦୧୯ ଜାନୁୟାରୀରେ ଅଷ୍ଟମ ଯାଦବ ମହାସଭାର ଆୟୋଜନ କରୁଛି ।
ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଏକ ପ୍ରସ୍ତୁତି ବୈଠକର ଆୟୋଜନ କରିଥିଲା । ଜୁନାଗଡ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ହରିଶଙ୍କର ବାଗ ଅଧ୍ୟକ୍ଷତା କରିଥିଲେ । ଆସନ୍ତା ଜାନୁୟାରୀ ୨୭/୨୮ ତାରିଖରେ ମହାସଭାର ତାରିଖ ଧାର୍ଯ୍ୟ ହୋଇଛି । ଏହି ମହାସଭାରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତର ହଜାର ହଜାର ଯାଦବ ମାନେ ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ ଏନେଇ ପ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ଜଣାଯାଇଛି ।
ପ୍ରସ୍ତୁତି ବୈଠକରେ ଜିଲ୍ଲା ଯାଦବ ମହାସଭା ସଭାପତି ଡମ୍ବରୁଧର ଲହଜଲ, ରାଜ୍ୟ ଉପ ସଭାପତି ଧନେଶ୍ବର ଭାଟି , ସମାଜବାଦୀ ପାର୍ଟି ରାଜ୍ୟ ଉପସଭାପତି ଶିବ ହାତୀ, ରାଜ୍ୟ ଉପ ସଭାପତି ଶୁଭଲକ୍ଷ୍ମୀ ନାଏକ, ଜିଲ୍ଲା ମହିଳା ସଭାନେତ୍ରୀ ଇଲା ସେଲମା ନାଏକ, ରାଜ୍ୟ ସଂପାଦକ କିର୍ତନ ନାଏକ, ପୂର୍ବତନ ଜିଲ୍ଲା ସଭାପତି ଟିକଚନ ନାଗ , ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଅଭ୍ୟର୍ଥନା କମିଟି ଉପ ସଭାପତି ନରହରି ବାଗ , ଶିକ୍ଷାବିତ ମୌସଧୀ ବାଗ , ସତ୍ୟ ନାଏକ , ଓଡିଆ ବାର୍ତା ସଂପାଦକ ସୁନୀଲ କୁ ମାର ଧଙ୍ଗଡାମାଝୀ ,ପୂର୍ବତନ ଜୁନାଗଡ ସଭାପତି ଅରୁପା ନାଗ , ବରିଷ୍ଠ ଯାଦବ ନେତା ଧନୁ ଗୋପାଳଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକ ସଭାପତି , ସଂପାଦକ ଓ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ ।