ଅଜୟ ସିଂହ ଠାକୁରଙ୍କ ବିଶ୍ଳେଷଣ : ବଦଳିବ ମହାନଦୀ ଆଭିମୁଖ୍ୟ !

ରମଣ ସରକାର ପରେ ବଦଳିବ ମହାନଦୀ ଆଭିମୁଖ୍ୟ !

ଅଜୟ ସିଂହ ଠାକୁର

କେହିବି ଭାବିନଥିଲେ ଛତିଶଗଡ଼ର ରମଣ ସରକାରଙ୍କ ଏଭଳି ପତନ ହେବ, ଦୀର୍ଘ ୧୫ ବର୍ଷ ପରେ କ୍ଷମତାରୁ ହଟିବ ବିଜେପି!

ପଡୋଶୀ ଛତିଶଗଡ଼ରୁ ବିଜେପି ହଟିବାରେ କେହି ଖୁସି ହେଉକି ନହେଉ, ଓଡିଶା ସରକାର ନିଶ୍ଚିତ ଭାବେ ଖୁସି ହେବେ। କାରଣ ମହାନଦୀ ପ୍ରସଙ୍ଗକୁ ନେଇ ଛତିଶଗଡ଼ ରମଣ ସରକାର ଯେଉଁ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲା, ତାହା ନବଗଠିତ କଂଗ୍ରେସ ସରକାରରେ ପରିବର୍ତ୍ତନ ହେବା ଆଶା କରାଯାଉଛି।

ଚଳିତ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ଏବଂ ଛତିଶଗଡ଼ରେ ନୂଆ ସରକାର ପରେ ଓଡ଼ିଶା ଉପରେ ତାର ରାଜନୈତିକ ପ୍ରଭାବ ପଡିପାରେ। ତିନି ଚାରି ବର୍ଷ ହେବ ମହାନଦୀ ପ୍ରସଙ୍ଗରେ ମୁହାଁମୁହିଁ ଅବସ୍ଥାରେ ଓଡ଼ିଶା-ଛତିଶଗଡ଼। ରାଜ୍ୟରେ ଶାସକ ବିଜେଡି ଉଭୟ ଛତିଶଗଡ଼ ଓ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ୍‌ କରୁଥିଲା। ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଥିଲା । ଛତିଶଗଡ଼ ଏକତରଫା ଭାବେ ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ଚାଲିଥିଲା।

ଏବେ ସରକାର ବଦଳିଲା। ଏଣୁ ମହାନଦୀକୁ ନେଇ ଛତିଶଗଡ଼ର ଆଭିମୁଖ୍ୟ ବଦଳିବା ଆଶା ଉଜ୍ଜୀବିତ ହୋଇଛି। ସେପଟେ ରାଜ୍ୟରେ ଶାସକ ଦଳ ବିଜେଡିର ରଣନୀତି କ’ଣ ହେବ ତାହା ଦେଖିବାକୁ ବାକି ରହିଲା।

ମହାନଦୀ ପ୍ରସଙ୍ଗରେ ରମଣ ସିଂହ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଥିଲେ, ତାହା ଓଡ଼ିଶାରେ ମହାନଦୀ ପ୍ରତି ବିପଦ ସୃଷ୍ଟି କରିଥିଲା। ଏବେ ସେ ହଟିବେ। ଛତିଶଗଡ଼ରେ ନୂଆ ସରକାର, ନୂଆ ନେତୃତ୍ୱ ମହାନଦୀକୁ ନେଇ କ’ଣ ନୀତି ଗ୍ରହଣ କରିବେ; ତା’ ଉପରେ ସମସ୍ତଙ୍କ ନଜର ରହିଛି।

ମୋ: 9776950607
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.