ପ୍ରଭାଷ ଚନ୍ଦ୍ର ଟୋଲଟିଆ
ସପନରେ ତୁମେ ଆସିଥିଲ ମୋର
ବାସ୍ କିଛି ମୁହୂର୍ତ୍ତ ପାଇଁ
ଲାଗୁଥିଲ ତୁମେ ସେଇ ସପନରେ
ପରୀରାଇଜର ପରୀ।
ସତରେ ନହେଲ ସପନରେ ମୋର
ହେଇଥିଲ ମୋର ସାଥି
ସେଇ ସ୍ବପ୍ନ ପାଇଁ ଚାହିଁରହେ ମୁହିଁ
କେତେ ଯେ ଜହ୍ନ ରାତି।
ଜାଣି ପାରିଲିନି ନାଁଟି ତୁମରେ
ଘର ତୁମର କେଉଁଠି
ଲାଗୁଚି ଆଗରୁ ତୁମକୁ ସତରେ
ଦେଖିଥିଲି ମୁଁ କେଉଁଠି।
ସପନରେ ତୁମେ ନାୟିକାଟିଏ
ନାୟକ ଯେ ମୁଁ ତୁମର
କିଛି ରହିଗଲା ବର୍ତ୍ତାଳାପ ଆମ
ଥିଲା କିଛି କଥା ପ୍ରେମର।