ଅଧପନ୍ତରିଆ ହୋଇ ପଡି ରହିଛି ବାଗଦୋରି ଅଙ୍ଗନୱାଡି କେନ୍ଦ୍ର

ଧର୍ମଗଡ,୧୫/୧୦ : ଶିଶୁ ଓ ପ୍ରସୂତି ମହିଳାଙ୍କ ପାଇଁ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଅନେକ ସ୍ଥାନରେ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନଥିବାରୁ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି କୋମଳମତି ଶିଶୁ ।

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ନୂଆଗାଁ ପଞ୍ଚାୟତ ଅଧିନସ୍ଥ ବାଗଦୋରି ଗାଁର ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ଏଠି ସେଠି ଅଙ୍ଗନୱାଡି କେନ୍ଦ୍ର ଚାଲୁଥିବା ଜଣାପଡିଛି । ଫଳରେ ଶିଶୁମାନେ ଉତ୍ତମ ପରିବେଶ ମଧ୍ୟରେ ଶିକ୍ଷା ଗ୍ରହଣରୁ ବଞ୍ଚିତ ହେଉଛନ୍ତି । କୋଠା ସମସ୍ୟାକୁ ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଦ୍ଵାରସ୍ଥ ହେବା ଫଳରେ ଗତ ବର୍ଷ କୋଠା ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହୋଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନପାରି ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି । ଏହି ଅଙ୍ଗନୱାଡି କେନ୍ଦ୍ରର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଓ ଏହାର ହସ୍ତାନ୍ତର ନେଇ ଗୋଳାମୁଣ୍ଡା ବିଡିଓ ସ୍ମିତା ରାଣୀ ପ୍ରଧାନଙ୍କୁ ପଚରିବାରୁ ନଭେମ୍ବର ୨୦ ତାରିଖ ସୁଦ୍ଧା ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ।

 

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣି ରାଉତଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.