ଗଜଲକ୍ଷ୍ମୀ ପୂଜାରେ ଉତ୍ସବ ମୁଖର ବେଲଖଣ୍ଡି ଅଞ୍ଚଳ

କଳାହାଣ୍ଡି,(ନବୀନ କିଶୋର ସାହୁ) : ସରତ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଗଜଲକ୍ଷ୍ମୀ ପୂଜା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭକ୍ତିମୟ ପରିବେଶ ମଧ୍ୟରେ ଆଗେଇ ଚାଲିଛି । ସେହି ପରିପ୍ରେକ୍ଷିରେ କେସିଙ୍ଗା ବ୍ଲକର ବେଲଖଣ୍ଡି ଅଞ୍ଚଳରେ ପ୍ରବଳ ଉତ୍ସାହ ଉଦ୍ଦିପନା ମଧ୍ୟରେ ଧନ ଓ ସୌଭାଗ୍ୟ ପ୍ରଦାୟିନୀ ଗଜଲକ୍ଷ୍ମୀଙ୍କ ଆରଧନା ଚାଲିଛି । ବେଲଖଣ୍ଡି ଛକରେ ମା’ ଗଜଲକ୍ଷ୍ମୀ ପୂଜାଙ୍କ ପନ୍ଦର ବର୍ଷରେ ପଦାର୍ପଣ କରିଛି । ବିଧି ମୁତାବକ ଦେବୀଙ୍କ ପୂଜା ହେଉଥିବାବେଳେ ରାତିରେ ଆଲୋକ ମାଳାରେ ସୁସଜ୍ଜିତ ମଣ୍ଡପ ଜନମନ ହରଣ କରୁଛି । ଚଳିତ ବର୍ଷ ପୂଜା କମିଟି ସଭାପତି ଭାବେ ଭଗବାନ ଭୋଇ, ସଂପାଦକ ପଦ୍ମଲୋଚନ ଚୌଧୁରୀ, କର୍ତ୍ତା ଭାବେ ଜୟଶଙ୍କର ଭୋଇ ଓ ତାଙ୍କ ଧର୍ମ ପତ୍ନୀ ତିଲୋତମା ଭୋଇ ରହିଛନ୍ତି । ପୂଜାରେ ଷଢ ଋଷି ଭାବେ ନୀଳାମ୍ବର କଠାର, ମାନଧାତା ଭୋଏ, ଆନନ୍ଦ ରାଜୁ, ହଜାରୁ ଗହୀର, କାଶୀନାଥ ହେର୍ଣ୍ଣା ଓ ନାରାୟଣ ବାରିକ ରହି ନିଜ ନିଜ ଦାୟିତ୍ୱ ନିର୍ବାହ କରୁଛନ୍ତି । ପୂଜା କମିଟି ପକ୍ଷରୁ ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ପୂଜା ଓ ବିଭିନ୍ନ କାର୍ଯ୍ୟ କାର୍ଯ୍ୟକ୍ରମରେ ବେଲଧର ଭୋଇ, ଭକ୍ତଚରଣ ଚୌଧୁରୀ, କ୍ଷୀରୋଦ୍ର ଚୌଧୁରୀ, ବସନ୍ତ ସାହୁ, କୁଞ୍ଜ ଭୋଇ, ଭକ୍ତ ସାହୁ ଓ ସୁଶାନ୍ତ ବାଗ ସୁରଥ ହେର୍ଣ୍ଣା ସୁରେଶ ଚୌଧୁରୀ, ମଣ୍ଟୁ ଚୌଧୁରୀ, ସମୀର ସାହୁ, କାଳିଆ ବାରିକ, ତେଜରାଜ କୁମାର, କାର୍ତିକ ସାହୁ, ନବୀନ ଗହୀର ପ୍ରମୁଖ ସହଯୋଗ କରୁଛନ୍ତି । 

 

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.