୧୭ ଅକ୍ଟୋବରରେ କରବା ଚୌଥ, ଜାଣନ୍ତୁ ବ୍ରତ ସହ ଜଡିତ କଥା ଓ ପୂଜା ବିଧି

ବିବିଧତା ମଧ୍ୟରେ ଏକତାର ଦେଶ ହେଉଛି ଭାରତ ବର୍ଷ । ପ୍ରାଚୀନ ସନାତନ ସଂସ୍କୃତିର ଆଦି ଭୂମି ଏହି ବିଶାଳ ଭୂଖଣ୍ଡର ବିଭିନ୍ନ ପ୍ରାନ୍ତରେ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ । ସେଥି ମଧ୍ୟରୁ ‘କରବା ଚୌଥ’ ବ୍ରତ ଅନ୍ୟତମ । ଧର୍ମର ମାସ କାର୍ତ୍ତିକରେ ଏହା ପଡିଥାଏ । ଏହି ବ୍ରତ ବିହାର, ଉତ୍ତର ପ୍ରଦେଶ, ଝାରଖଣ୍ଡ ଆଦି ରାଜ୍ୟ ମାନଙ୍କରେ ପାଳିତ ହେଉଥିବାବେଳେ ବର୍ତ୍ତମାନ ଦେଶର ବିଭିନ୍ନ ଅଞ୍ଚଳକୁ ବ୍ୟାପ୍ତ ହୋଇ ପାରିଛି । ଓଡିଶାରେ ବସବାସ କରୁଥିବା ବିହାରୀ ସଂପ୍ରଦାୟର ମହିଳାମାନେ କରବା ଚୌଥକୁ ପାରମ୍ପାରିକ ରିତିନିତି ଅନୁସାରେ ପାଳନ କରିଥାନ୍ତି । 

କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଥୀରେ ପ୍ରତିବର୍ଷ କରବା ଚୌଥ ପାଳନ କରାଯାଇଥାଏ । ଏବର୍ଷ ଏହା ୧୭ ଅକ୍ଟୋବରରେ ପଡୁଛି । କରବା ଚୌଥ କୁ କରକ ଚତୁର୍ଥୀ ମଧ୍ୟ କୁହାଯାଇଥାଏ । ଏହି ଦିନ ସୁହିଗିନୀ ନାରୀଙ୍କ ପାଇଁ ମହତ୍ବପୂର୍ଣ୍ଣ ଦିନ ବୋଲି ବିବେଚନା କରାଯାଏ । ଚଳିତ ବର୍ଷ କରବା ଚୌଥରେ ୪ଟି ଅଦ୍ଭୂତ ସଂଯୋଗ ପଡୁଛି । ଏପରି ସଂଯୋଗ ୭୦ ବର୍ଷ ପରେ ପଡୁଛି ।

କରବା ଚୌଥ ବ୍ରତ ଅତି କଠିଣ ହୋଇଥାଏ । ବ୍ରତ ଅବଧି ମଧ୍ୟରେ ଜଳ ମଧ୍ୟ ଗ୍ରହଣ କରାଯାଏ ନାହିଁ । ବିବାହିତା ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ କାମନାକରି ଏହି ବ୍ରତ ପାଳନ କରିଥାନ୍ତି । ବ୍ରତ ଦିନ ସନ୍ଧ୍ୟାରେ ବିବାହିତା ନାରୀମାନେ ଭଗବାନ ଶିବ, ମାତା ପାର୍ବତୀ, ଗଣେଷ ଓ କାର୍ତ୍ତିକେୟଙ୍କୁ ବିଧି ବିଧାନ ଅନୁସାରେ ପୂଜା କରିଥାନ୍ତି । ପୂଜନ ପରେ ଚନ୍ଦ୍ରମାକୁ ଦେଖି ଅର୍ଘ୍ୟ ପ୍ରଦାନ କରିବାପରେ ବ୍ରତ ଖୋଳିଥାନ୍ତି ।

କରବା ଚୌଥ କୁ ଦେଶର ଅନ୍ୟ ପ୍ରାନ୍ତରେ କରକ ଚତୁର୍ଥୀ ବୋଲି ମଧ୍ୟ କୁହାଯାଇଥାଏ । କରବା ଅର୍ଥାତ ମାଟିର ଏକ ପ୍ରକାର ବର୍ତ୍ତନ ଯାହା ମାଧ୍ୟମରେ ଚନ୍ଦ୍ରମାକୁ ଅର୍ଘ୍ୟ ଦିଆଯାଏ । ଅର୍ଘ୍ୟ ମାନେ ଚନ୍ଦ୍ରକୁ ଜଳ ଦିଆଯାଇଥାଏ । କରବା ଚୌଥ ପୂଜାରେ କରବା ଆବଶ୍ୟକିୟ ପୂଜନ ସାମଗ୍ରୀ ମଧ୍ୟରେ ଆସିଥାଏ । ଯାହାକୁ ପୂଜାପରେ ବ୍ରାହ୍ମଣ କିମ୍ବା ଯୋଗ୍ୟ ମହିଳାଙ୍କୁ ଦାନ ସ୍ବରୂପ ଭେଟି କରାଯାଇଥାଏ ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.