ବର ଗଛରେ ଦଉଡି ଦେଇ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ 

କୋକସରା,୧୬/୧୦ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ପଂଚାୟତ ଝାରବନ୍ଧ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଗାଁର ଲବ ପୂଝାରୀ (୨୬) ଆତ୍ମହତ୍ୟା କରିଥିବା ଜଣାପଡିଛି । ପରିବାର ଲୋକଙ୍କ କହିବା ମୁତାବକ ରାତିରେ ସମସ୍ତେ ସୋଇ ଥିବା ସମୟରେ ଲବ କେତେବେଳେ ଘରୁ ବାହାରି ଗାଁ ମୁଣ୍ଡରେ ଥିବା ବର ଗଛରେ ରସି ଲଗେଇ ଆତ୍ମହତ୍ୟା କରିଥିବା ସକାଳୁ ଉଠି ଦେଖିବାକୁ ମିଳିଥିଲା । ତେବେ ସେ କେଉଁ କାରଣ ପାଇଁ ଏପରି ରାସ୍ତା ବାଛିନେଲେ ତାହା ସ୍ପଷ୍ଟ ହୋଇନାହିଁ । ଆଜି ଘଟଣା ସ୍ଥଳରେ ମୋଟେର ଫାଣ୍ଡି ଅଧିକାରୀ ଶେଖର ଜେନା ପହଂଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠେଇ କେସ ନଂ ୧୯/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.