ଆଜି କରବା ଚୌଥ – ପ୍ରେମ ଓ ବିଶ୍ବାସର ଅନନ୍ୟ ପର୍ବ

ସ୍ବାମୀଙ୍କ ଦୀର୍ଘ ଜୀବନ କାମନାକରି ସୁହାଗିନୀ ନାରୀ ରଖିବେ ୧୪ ଘଣ୍ଟାର ନିର୍ଜଳା ବ୍ରତ

ନୂଆଦିଲ୍ଲୀ,୧୭/୧୦ : ପ୍ରେମ ଓ ବିଶ୍ବାସର ଏକ ଅନନ୍ୟ ପର୍ବ କରବା ଚୌଥ ପାଇଁ ବିହାର, ଉତ୍ତର ପ୍ରଦେଶ, ଝାରଖଣ୍ଡ, ଉତ୍ତରାଖଣ୍ଡ ଆଦି ରାଜ୍ୟ ସମେତ ସାରା ଦେଶର ବିଭିନ୍ନ ସ୍ଥାନରେ ସ୍ବାମୀଙ୍କ ଦୀର୍ଘ ଜୀବନ କାମନାକରି ସୁହାଗିନୀ ନାରୀ ରଖିବେ ୧୪ ଘଣ୍ଟାର ନିର୍ଜଳା ବ୍ରତ । ସ୍ବାମୀଙ୍କ ଦୀର୍ଘ ଜୀବନ କାମନା ସହ ଭଗବାନଙ୍କ ପାଖରେ ଗୃହସ୍ଥୀ ଜୀବନର ଶୁଭ ମନାସୀ ନିଷ୍ଠା ଓ କାଷ୍ଠାର ସହ ଏହି ବ୍ରତ ପାଳନ କରିଥାନ୍ତି ବିବାହିତା ନାରୀ । କରବା ଚୌଥ ଦୁଇଟି ଶବ୍ଦର ସମାହାର କରବା ଅର୍ଥାତ ମାଟିର ବର୍ତ୍ତନ ଓ ଚୌଥ ଅର୍ଥାତ ଚତୁର୍ଥୀ ।

ଏବର୍ଷ ଆଜି (ଗୁରୁବାର ୧୭ ତାରିଖ କାର୍ତ୍ତିକ କୃଷ୍ଣ ଚତୁର୍ଥୀ) ସକାଳ ୬.୪୮ ରୁ ଚତୁର୍ଥୀ ତିଥି ଆରମ୍ଭ ହୋଇ ଶୁକ୍ରବାର (୧୮ ଅକ୍ଟୋବର) ସକାଳ ୭.୨୯ରେ ସମାପ୍ତ ହେବ । କରବା ଚୌଥ ର ସମୟ ୧୭ ଅକ୍ଟୋବର ସକାଳ ଘ ୬.୨୭ ମିନିଟରୁ ରାତ୍ର ଘ ୮.୧୬ ମିନିଟ ପର୍ଯ୍ୟନ୍ତ । ପୁରା ଅବଧି ୧୩ ଘଣ୍ଟା ୫୦ ମିନିଟ । ପୂଜାର ଶୁଭ ମୁହୂର୍ତ୍ତ ୧୭ ଅକ୍ଟୋବର ୫ ଘଣ୍ଟା ୪୬ ମିନିଟରୁ ସନ୍ଧ୍ୟା ୭ ଘଣ୍ଟା ୨ ମିନିଟ ପର୍ଯ୍ୟନ୍ତ । ପୁରା ଅବଧି ୧ ଘଣ୍ଟା ୧୬ ମିନିଟ ପର୍ଯ୍ୟନ୍ତ ରହିଛି । ଜୌତିଷ ମାନଙ୍କ କହିବାନୁସାରେ ୭୦ ବର୍ଷ ପରେ ଏଥର ଶୁଭ ସଂଯୋଗ ପଡିଛି । ଏଥର ରୋହିଣୀ ନକ୍ଷତ୍ର ସହିତ ମଙ୍ଗଳ ଯୋଗ ବହୁତ ମଙ୍ଗଳକାରୀ ରହିବ । 

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ଦିନ କରବା ଚୌଥ ବ୍ରତ ପାଳନ କରାଯାଏ । ଏଥିରେ ବି ବିଶେଷ ରୂପରେ ଚତୁର୍ଥୀ ତିଥି ରାତିରେ ଚନ୍ଦ୍ର ଉଦୟ ହେବା ପର୍ଯ୍ୟନ୍ତ ରହେ, ଏହି ଦିନ କରବା ଚୌଥ ବ୍ରତ ହୁଏ । ଏହି ଦିନ ସୁହାଗିନୀ ନାରୀ ପ୍ରାତଃ କାଳରୁ ନିର୍ଜଳା ବ୍ରତ ରଖି ସନ୍ଧ୍ୟାରେ ଚନ୍ଦ୍ରଙ୍କୁ ଅର୍ଘ୍ୟ ପ୍ରଦାନକରି ନିଜ ପତିଙ୍କୁ ଦର୍ଶନକରି ଜଳ ଗ୍ରହଣ କରି ବ୍ରତ ପାରାୟଣ କରିଥାନ୍ତି । ସୁହାଗିନୀ ନାରୀ ଚତୁର୍ଥୀ ଦିନଯାକ ବ୍ରତ ରଖିବାସହ ସନ୍ଧ୍ୟାରେ ଷୋଳ ଶୃଙ୍ଗାରରେ ସଜ୍ଜିତ ହୋଇ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦେଇଥାନ୍ତି ଓ ଭଗବାନ ଶିବ, ମାତା ପାର୍ବତୀ, ଗଣପତି ଓ କାର୍ତ୍ତିକେୟଙ୍କ ପୂଜା କରିଥାନ୍ତି ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.