ଅକ୍ଟୋବର ୨୫ ଓଡିଶା ଓ ପୂର୍ବ ଛତିଶଗଡ ଅଞ୍ଚଳ ବନ୍ଦ ଡାକରା ଦେଲେ ଲାଲ୍ ବାହିନୀ

ସିପିଆଇ ମାଓବାଦୀ ବାଘୁନା ଡିଭିଜନ କମିଟି ପକ୍ଷରୁ ଅଡିଓ ଟେପ୍ ଜାରି

ରାୟଗଡ,୧୮/୧୦ : ମାଓବାଦୀ ଓଡିଶା ରାଜ୍ୟ କମିଟି ବିପ୍ଳବି ଆନ୍ଦୋଳନ ଉପରେ ସରକାରଙ୍କ ଫାଶିବାଦୀ ସମାଧାନ ଦମନ ଅଭିଯାନକୁ ବିରୋଧ ସ୍ୱରୂପ ଆସନ୍ତା ଅକ୍ଟୋବର ୨୫ତାରିଖରେ ଓଡିଶା ଓ ପୂର୍ବ ଛତିଶଗଡ ଅଂଚଳରେ ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦ ଡାକରାକୁ ଡିଭିଜନ ସ୍ତରରେ ସଫଳ କରିବା ପାଇଁ ସମସ୍ତ ଉତ୍ପୀଡିତ ଆଦିବାସୀ, ଦଳିତ, ମହିଳା, ସରକାରୀ କର୍ମଚାରୀ, ଶିକ୍ଷକ, ଛାତ୍ରଛାତ୍ରୀ, ବେପାରୀଙ୍କ ସମେତ ସମସ୍ତ ଜନସାଧାରଣ ସମର୍ଥନ କରିବା ପାଇଁ ନିବେଦନ କରାଯାଇଛି । ୨୦୦୯ରୁ ସରକାର ଚଳାଇଥିବା ଲୋକ ବିରୋଧୀ ଯୁଦ୍ଧ ଅପରେସନ ଗ୍ରୀନ ହଂଟ ବିଫଳ ହେବା ପରେ ୨୦୨୨ସୁଦ୍ଧା ବିପ୍ଳବି ଆନ୍ଦୋଳନକୁ ବିଫଳ କରିଦେବା ଲକ୍ଷରେ ଚଳାଇଥିବା ଫାଶିବାଦୀ ସମାଧାନ ଅଭିଯାନ ମୁତାବକ ବାଘୁନା ଡିଭିଜନରେ ଏହି ଦମନ ଅଭିଯାନକୁ ତୀବ୍ର କରାଯାଇଛି । ବାଘୁନା ଡିଭିଜନରେ ଚାଲୁଥିବା ସମସ୍ତ ଗଣତାନ୍ତ୍ରୀକ ଓ ବିପ୍ଳବୀ ଆନ୍ଦୋଳନକୁ ଦୃଢ ଭାବେ ଚପାଇ ଦେଇ ନିୟମଗିରି, କାଶିପୁର, କର୍ଲାପାଟ, କଟକ ଡଙ୍ଗରରେ ରହିଥିବା ବକ୍ସାଇଟ୍ ଓ ଅନ୍ୟାନ୍ୟ ପ୍ରାକୃତିକ ସଂପଦକୁ ବହୁ ରାଷ୍ଟ୍ରିୟ କମ୍ପାନୀ ହାତରେ ଟେକି ଦେବା ଏହି ଦମନ ଅଭିଯାନର ଉଦ୍ଦେଶ୍ୟ ବୋଲି କୁହାଯାଇଛି । ସରକାରଙ୍କ ଏହି ଦମନ ଅଭିଯାନକୁ ବିରୋଧ କରିବା ସହ ଗତ କିଛି ଦିନ ତଳେ କଳାହାଣ୍ଡିର ବନଖାନିରେ ମିଥ୍ୟା ଗୁଳି ବିନିମୟରେ ଜଣଙ୍କୁ ହତ୍ୟା କରାଯାଇଛି । ଏ ହତ୍ୟାର ତଦନ୍ତ କରାଯାଇ ସଂପୃକ୍ତ ୨ଟି ପୋଲିସ ଅଧିକାରୀଙ୍କୁ ଦଣ୍ଡ ଦେବା, ନିୟମଗିିରିର ତ୍ରିଲୋଚନପୁରରୁ ସିଆରପିଏଫ କ୍ୟାମ୍ପକୁ ତୁରନ୍ତ ପ୍ରତ୍ୟାହାର କରିବା, ମିଛ ମାଓବାଦୀ କେସରେ ନିରୀହ ଜନସାଧାରଣଙ୍କୁ ମାଡ ଦେବା ଓ ଗିରଫ କରିବା ବନ୍ଦ କରିବା, ନାଗାଲପଦର, କିଶାନଗୁଡା, ନିୟମଗିରିର ଗଣହତ୍ୟାକାରୀ ପୋଲିସ ଅଫିସରଙ୍କୁ ଦଣ୍ଡ ଦେବା, ଲାଂଜିଗଡର ଆନ୍ଦୋଳନକାରୀ ଓ ନିରୀହ ଜନସାଧାରଣଙ୍କୁ ରାତି ଅଧିଆ ଗିରଫଦାରୀ ବନ୍ଦ କରିବା, ଜନ ଆନ୍ଦୋଳନ କର୍ମୀ ପୁନିଶାଙ୍କୁ ମାଡ ଦେବା,ମିଥ୍ୟା କେସରେ ଫସାଇବା ଆଦି ବନ୍ଦ କରିବା, ମିଛ ମାଓବାଦୀ କେସରେ ଜେଲରେ ଥିବା ସମସ୍ତ ବନ୍ଦୀଙ୍କୁ ତୁରନ୍ତ ମୁକ୍ତି କରିବା, କୁମ୍ଭିଂ ନାମରେ ଆସି ଲୋକଙ୍କୁ ମାଡ ମାରିବା ଓ ଭୟଭୀତ କରାଇବା ବନ୍ଦ କରିବା, ଏଠିକାର ସମସ୍ତ ଖଣିଜ ଓ ଅନ୍ୟ ପ୍ରାକୃତିକ ସଂପଦକୁ ଲୁଟ କରିବା ଓ ଆନ୍ଦୋଳନକୁ ଦମନ କରିବା ନିମନ୍ତେ ବିକାଶ ନାମରେ ଚାଲିଥିବା ବଡ ବଡ ପିଚୁ ରୋଡ ଓ ମୋବାଇଲ ଟାୱାର ନିର୍ମାଣ କାମ କରିବା ବନ୍ଦ କରିବା, ଟଙ୍କା, ମୋବାଇଲ ଓ ଅନ୍ୟାନ୍ୟ ଲୋଭନୀୟ ସାମଗ୍ରୀ ପ୍ରଦାନ କରାଯାଇ ନିରୀହ ଜନତାଙ୍କୁ ପୋଲିସ ଇନଫର୍ମର ବନାଇବା ବନ୍ଦ କରିବା, ସରକାର ଷଡଯନ୍ତ୍ର ପୂର୍ବକ ଓ ଅତି ଘନିଷ୍ଠ ପଦ୍ଧତିରେ ବିପ୍ଳବୀଙ୍କ ଉପରେ ଚଲାଇଥିବା ଏକ ପାଖିଆ ଆକ୍ରମଣ ବନ୍ଦ କରିବା ସହ ସରକାରଙ୍କ ଏହି ନିଷ୍ଠୁର ଦମନ ଅଭିଯାନକୁ ପ୍ରତିବାଦ ସ୍ୱରୂପ ବନ୍ଦ ଡାକରାକୁ ସଫଳ କରିବା ପାଇଁ ବାଂଶଧାରା ଘୁମୁସର ନାଗାବଳୀ ଡିଭିଜନ କମିଟି ସଂପାଦିକା ମୀତାଙ୍କ ପକ୍ଷରୁ ଅଡିଓ ଟେପ ଜାରି କରାଯାଇଛି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

————————————————-

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.