କଳାହାଣ୍ଡି,୧୩/୧୨: ବିଦ୍ୟାଳୟର ପାଇଖାନା ସଫା କରୁଛନ୍ତି ଦୁଇ ଛାତ୍ରୀ । ଜଣକ ହାତରେ ଲେଟ୍ରିନ ସଫା କରିବା ବ୍ରଶ ଓ ଅନ୍ୟ ଜଣକ ହାତରେ ଝାଡୁ । ଏପରି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆଲୋଚନା ଓ ବିତର୍କ ଜୋରଦାର ହେଉଛି ।
ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏପରି କାର୍ଯ୍ୟ କରିବାକୁ ନେଇ କେତେକ ଅସନ୍ତୋଷ ବ୍ୟକ୍ତ କରି ଶିକ୍ଷା ବିଭାଗକୁ ଆଙ୍ଗୁଳି ନିର୍ଦେଶ କରିଛନ୍ତି । ଅନ୍ୟ କେତେକଙ୍କ କହିବା ହେଲା, ଶିଶୁମାନେ ନିଜେ ନିଜର ପାଇଖାନା ସଫା କରିବା ଦ୍ବାରା ସେମାନଙ୍କ ମଧ୍ୟରେ ପରିଚ୍ଛନ୍ନତା ନେଇ ସଚେତନତା ସୃଷ୍ଟି ହେଉଛି, ତେଣୁ ଏହାକୁ ଭିନ୍ନ ଅର୍ଥରେ ନେବାର ଯଥାର୍ଥତା ନାହିଁ ବୋଲି ମତ ପ୍ରକାଶ କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ପଲମ ଗ୍ରାମର ଇନ୍ଦିରା କଲୋନୀ ପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ଦୁଇଜଣ ଛାତ୍ରୀ ପାଇଖାନା ସଫା କରୁଥିବା ଦେଖାଯାଇଥିଲା ।
Report by Niranjan Goud (Bulu)
Special Correspondent odiabarta.in