ଘରେ ପଶି ୧୦ ମାସର ଶିଶୁକୁ ଆକ୍ରମଣ କଲା ବୁଲା କୁକୁର

ଜୁନାଗଡ/ଗୋଲାମୁଣ୍ଡା,୧୮/୧୨ (ରାକେଶ ବେମାଲ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମରେ ଘଟି ଯାଇଛି ଏକ ଅଘଟଣ । ଘରେ ପଶି ୧୦ ମାସର ଶିଶୁକୁ ବୁଲା କୁକୁର ଆକ୍ରମଣ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଅମିତ ମଙ୍ଗରାଜଙ୍କ ଦଶ ମାସର ଛୁଆ ଘରେ ଖେଳୁଥିବା ବେଳେ ହଟାତ ଏକ ବୁଲା କୁକୁର ଘର ଭିତରକୁ ପଶି ଛୁଆର ମୁହଁରେ ଆକ୍ରମଣ କରି ଗାଲର ଗୋଟିଏ ପଟ ମାଂସକୁ ଝୁଣି ଦେଇଛି ।  ଗୋଲାମୁଣ୍ଡା ବ୍ଲକରେ ବାରମ୍ବାର କୁକୁର ଆକ୍ରମଣରେ ଅନେକ ଲୋକଙ୍କ ପ୍ରାଣ ହାନି ହେଉଛି । ନିକଟ ଅତୀତରେ ଏକ ବୃଦ୍ଧା ଓ ଏକ ଶିଶୁକୁ ବୁଲା କୁକୁର ଝୁଣି ଖାଇଦେଇଥିଲେ । ବାରମ୍ବାର ଏପରି ଅଘଟଣର ପୁନରାବୃତ୍ତି ହେବା ପରେ ମଧ୍ୟ ପ୍ରଶାସନ ତରଫରୁ କିଛି ପଦକ୍ଷେପ ନିଆଯାଉ ନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.