ରାୟଗଡ ଠାରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ସ୍ଥାୟୀ ଅଦାଲତ ଉଦଘାଟିତ

ରାୟଗଡ,୧୮/୧୦ : ରାୟଗଡ ଜିଲ୍ଳା ଓ ଦୌରଜଜଙ୍କ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଙ୍କ ସାର୍କିଟ୍ ଅଦାଲତ ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି । ଏଥିରେ ଜିଲ୍ଳା ଓ ଦୌରାଜଜ ସୌମ୍ୟ ଶେଖର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଭିଜିଲାନ୍ସ ଅଦାଲତର ଉଦଘାଟନ କରିଥିବା ବେଳେ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତର ବିଚାରପତି ଶ୍ରୀକାନ୍ତ ମିଶ୍ର ଉପସ୍ଥିତ ରହିଥିଲେ । ରାୟଗଡ ଇଲାକା ମଧ୍ୟରେ ଦୁର୍ନିତୀ ନିବାରଣ ବିଭାଗ ଦ୍ୱାରା କରାଯାଉଥିବା ସମସ୍ତ ଭିଜିଲାନ୍ସ ସମ୍ବନ୍ଧୀତ କେସ ଗୁଡିକ ବର୍ତମାନ ଏହି ଅଦାଲତରେ ହିଁ ଶୁଣାଣୀ ହେବ । ଏଥି ପୂର୍ବରୁ ସମସ୍ତ କେସଗୁଡିକ ଜୟପୁର ଭିଜିଲାନ୍ସ କୋର୍ଟରେ ଶୁଣାଣୀ ହେଉଥିଲା । ପ୍ରକାଶ ଥାଉ କି,ଏହି ଅଦାଲତ ରାୟଗଡ ଜିଲ୍ଳା ଓ ଦୌରାଜଜ ଅଦାଲତ ପରିସରରେ ଅସ୍ଥାୟୀ କକ୍ଷରେ ଗତ ୩ମାସ ଧରି ଚାଲୁ ରହିଥିବା ବେଳେ ଏକ ସ୍ଥାୟୀ କକ୍ଷରେ ଏହା ଶୁକ୍ରବାର ଅକ୍ଟୋବର ୧୮ତାରିଖ ଠାରୁ ଶୁଭାରମ୍ଭ ହୋଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଭିଜିଲାନ୍ସ କୋର୍ଟର ସରକାରୀ ଅଭିଯୋଜକ ଏମ.ବାଲାଜୀ ରାଓ, କୋର୍ଟ ଷ୍ଟେନୋ ତ୍ରିନାଥ କୁମାର ପାଢୀଙ୍କ ସମେତ ଅନ୍ୟ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ତେବେ ଶୁକ୍ରବାର ରାୟଗଡ ବାର ଆସୋସିଏସନ ପକ୍ଷରୁ କାର୍ଯ୍ୟବନ୍ଦ ଡାକରା ଦିଆଯାଇଥିବାରୁ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇପାରି ନ ଥିଲା ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.