ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମଧ୍ୟାହ୍ନ ଭୋଜନ ସଚେତନ ମେଳା


ରାୟଗଡ,୧୮/୧୦ : ରାୟଗଡ ଜିଲ୍ଳା ସଦର ବ୍ଳକର ଜେମଦେଇପେଣ୍ଠ ଗ୍ରାମ ପଂଚାୟତ ଅନ୍ତର୍ଗତ ବଡରାଇସିଂ ଗ୍ରାମ ଠାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ ବିଦ୍ୟାଳୟ ଠାରେ ଆଂଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୧୯-୨୦ ଓ ମଧ୍ୟାହ୍ନ ଭୋଜନ ସଂର୍ପକୀତ ସଚେତନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମହୋତ୍ସବକୁ ବଡରାଇସିଂ ପ୍ରଧାନ ଶିକ୍ଷକ ଗୋପିନାଥ ପରିଚ୍ଛା ସଭାପତିତ୍ୱ କରି ଦୀପ ପ୍ରଜ୍ଜଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ଆଂଚଳିକ ସାଧନ କେନ୍ଦ୍ର, ଜେମାଦେଇପେଣ୍ଠର ଆଂଚଳିକ ସଂଯୋଜକ (ସିଆରସିସି)ସୁଶାନ୍ତ କୁମାର ସ୍ୱାଇଁ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଏବଂ ଅଂଚଳର ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଏଥିରେ ସହଯୋଗ କରିଥିଲେ । ସୁରଭି କାର୍ଯ୍ୟକ୍ରମର ପ୍ରତ୍ୟେକ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ଓ ଏଥିରେ କୃତୀକାର୍ଯ୍ୟ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନଶିକ୍ଷକ ଶ୍ରୀ ପରିଚ୍ଛା ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ଜି.ବ୍ରହ୍ମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta