କୁସୁମଖୁଣ୍ଟି ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ

କୋକସରା,୧୪/୧୨:
ସରସ୍ବତୀ ଶିଶୁମନ୍ଦିର କୁସୁମଖୁଣ୍ଟି ଠାରେ ଦୁଇ ଦିନ ଧରି ହେବାକୁ ଥିବା ବାର୍ଷିକ କ୍ରୀଡା ଉତ୍ସବର ଶୁଭ ଉଦଘାଟନ ହୋଇ ଯାଇଛି । ଆଜି କାର୍ଯ୍ୟକ୍ରମ ର ପ୍ରଥମ ଦିବସ ରେ ମୋଟେର ସରପଞ୍ଚ ଇଂ ସୁଶୀଲ କୁମାର ଶବର ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରି ଥିଲେ ।

ଏହି ଉତ୍ସବରେ ଶିଶୁମନ୍ଦିରର ଭଉଣୀ ମଧୁସ୍ମିତା ବାଗ ଶପଥ ପାଠ କରାଇ ଥିଲେ । ସର୍ଵ ଶକ୍ତିମାନ ପରମେଶ୍ୱର ଏବଂ ପୂର୍ବପୁରୁଷ ମାନଙ୍କୁ ସ୍ମରଣ କରି ସରସ୍ବତୀ ଶିଶୁମନ୍ଦିର କୁସୁମ ଖୁଣ୍ଟି ରେ ସମସ୍ତ ଖେଳାଳି ନିଷ୍ଠା ପୂର୍ବକ ଶପଥ ନେଇ ବିଂଶ ତମ ବାର୍ଷିକ କ୍ରୀଡା ସମାରୋହ ରେ ନିର୍ଧାରିତ ସମସ୍ତ ନିୟମ କୁ ସମ୍ମାନ ପ୍ରଦର୍ଶନ କରି ଜଣେ ଖେଳାଳି ବିଶୁଦ୍ଧ ଭାବନା ଦ୍ୱାରା କ୍ରୀଡା ର ଗୌରବ ରକ୍ଷା ଓ ଦେଶ ର କୀର୍ତି କୁ ଉଜ୍ୱଳ କରିବା ପାଇଁ ଶପଥ ନେଇଥିଲେ ।

କୁସୁମଖୁଣ୍ଟି ସ୍ଥିତ ମା ଚଣ୍ଡୀ ଙ୍କ ମନ୍ଦିରରୁ ଶୁଭ ମଶାଲ ଯାତ୍ରା ଆରମ୍ଭ ହୋଇଥିଲା ଏହି ମଶାଲ ଯାତ୍ରା ରେ ସମସ୍ତ ଛାତ୍ର ଛାତ୍ରୀ, ଅବିଭାବକ ଓ ସ୍କୁଲ ର ସମସ୍ତ ଗୁରୁଜୀ, ଗୁରୁମା ବିଶାଳ ଶୋଭାଯାତ୍ରା ରେ ବାହାରି ଏନଏଚ୍ ୨୬ ଖେଳ ପଡିଆକୁ ଯାଇ କ୍ରୀଡାର ବିଭିନ୍ନ ଖେଳ ଆରମ୍ଭ କରିଥିଲେ । ଉଦ୍ଘାଟନୀ ଉତ୍ସବ ରେ ସାମ୍ମାନିତ ଅତିଥି ଭାବେ ସରସ୍ବତୀ ଶିଶୁମନ୍ଦିର ଶିକ୍ଷାନୁଷ୍ଠାନ ର ସଭାପତି ବୃନ୍ଦାବନ ପୂଝରୀ

ଅବିଭାବକ ତଥା ବିଶିଷ୍ଟ କ୍ରୀଡାବିତ ମହେନ୍ଦ୍ର ବେହେରା, ପ୍ରଧାନ ଗୁରୁଜୀ ଭବାନୀ ଶଙ୍କର ବେହେରା, ସହ ଶିକ୍ଷକ ପରମାନନ୍ଦ ବେମାଳ, ମୁରଲୀଧର ପଟ୍ଟନାୟକ, ଉତ୍ତମ କୁମାର ପଣ୍ଡା, ଭୋଳାନାଥ ଗହୀର, କ୍ଷୀରୋଦ ନାଏକ, ବିଶ୍ୱରଂଜନ ଦାସ, ସୁରେନ୍ଦ୍ର ମାଝୀ ଦୁଷ୍ମନ୍ତ ପୂଝରୀ, ସନ୍ଧ୍ୟାରାଣୀ ମହାରଣା, ମିନତୀ ପଟ୍ଟନାୟକ, ମିନାକ୍ଷୀ ନାଗ, ତରୁଣୀ ଗୋପାଳ, ଭିକାରିଚରଣ ବିଶି ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରି ସମସ୍ତେ ଖେଳ ପ୍ରଦର୍ଶନ ରେ ସହଯୋଗ କରିଥିଲେ ।

Report by:

Hiranya Behera, Reporter Koksara odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.