ନୂଆଦିଲ୍ଲୀ: ଫ୍ରାନ୍ସ ସହ ରାଫେଲ୍ ଡିଲ୍ରେ କୌଣସି ପ୍ରକାରର ଅନିୟମିତତା ହୋଇନାହିଁ ଏବଂ ଏହାର ତଦନ୍ତ ଆବଶ୍ୟକ ନାହିଁ ବୋଲି ଆଜି ପ୍ରଧାନ ବିଚାପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଏଥିସହ ମୋଦି ସରକାରଙ୍କୁ କାଠଗଡ଼ାକୁ ଟାଣିବା ପାଇଁ ହୋଇଥିବା ସମସ୍ତ ପିଟିସନ୍କୁ ଡିସମିସ କରିଦେଇଛନ୍ତି।
ଜଷ୍ଟିସ୍ ଗୋଗୋଇ କହିଛନ୍ତି, “ ଆମେ କେନ୍ଦ୍ର ସରକାର ଫ୍ରାନ୍ସ ସହ ରାଫେଲ୍ ଯୁଦ୍ଧ ବିମାନ କିଣିବା ପାଇଁ ଯେଉଁ ଡିଲ୍ କରିଛନ୍ତି, ସେଥିରେ କୌଣସି ପ୍ରକାରର ଦୁର୍ନୀତି ହୋଇନଥିବା ଜାଣିବାକୁ ପାଇଛୁ। ଡିଲ୍ ପାଇଁ ପ୍ରଚଳିତ ନିୟମର ପାଳନ କରାଯାଇଛି। ଆମେ କେନ୍ଦ୍ର ସରକାରଙ୍କ ସମସ୍ତ ଦସ୍ତାବିଜ୍କୁ ଅନୁଧ୍ୟାନ କରିବା ସହ ପ୍ରତିରକ୍ଷା ବିଶେଜ୍ଞଙ୍କ ସହ ମଧ୍ୟ ଏ ସମ୍ପର୍କରେ ଆଲୋଚନା କରିଛୁ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିରେ ଆମେ ସନ୍ତୋଷ ପ୍ରକାଶ କରିଛୁ। ଡିଲ୍ରେ କାହା ପ୍ରତି ପ୍ରିୟାପ୍ରୀତି ତୋଷଣ ନୀତି ଅବଲମ୍ବନ କରାଯାଇଥିବା ନେଇ ଯେଉଁ ଅଭିଯୋଗ ଆସୁଛି, ତାହାର କୌଣସି ପ୍ରମାଣ ନାହିଁ।”