କଳାହାଣ୍ଡି,୧୪/୧୨:
କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକର ସର୍ବପୁରାତନ ଉଚ୍ଚ ବିଦ୍ୟାଳୟ ବାପୁଜି ହାଇସ୍କୁଲ ଋଷିଡା ର ୪୪ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ଏକ ବର୍ଣାଢ୍ୟ ପରିବେଷ ମଧ୍ୟରେ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଡ. କୃଷ୍ଣଚନ୍ଦ୍ର ସାସମାଲ, ସମ୍ମାନିତ ଅତିଥି ଭାବରେ କର୍ଲାମୁଣ୍ଡା ପ୍ରେସ କ୍ଳବ ସଭାପତି ନରୋତ୍ତମ ସେଲମା, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଅନ୍ତର୍ଯ୍ୟାମୀ ସାହୁ ପ୍ରମୂଖ ମଞ୍ଚାସିନ ଥିଲେ। ପ୍ରଧାନଶିକ୍ଷକ ପ୍ରଦୀପ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ସହ ଶିକ୍ଷକ ସୁଶାନ୍ତ କୁମାର ଦୀପ ସଂଯୋଜନା କରିଥିଲେ।
ଶିକ୍ଷକ ସାଗର ରଣା ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ଦେବାଳୟ ରଣା ଧନ୍ୟବାଦ ଅର୍ପଣ କରିଥିଲେ। କଳ୍ପନା ବିଶାଳ, ମେନେଜର ହରିଜନ, ମକରଧ୍ୱଜ ବାଗ, ରୋହିତ ସାହୁ, ଚୁଲେଶ୍ୱର ସାହୁ, ବିଳାସ ପୁଟେଲ ପ୍ରମୂଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Report by :
Narottam Selma, Special Correspondent odiabarta.in