ବ୍ଲକ ସ୍ତରୀୟ ଆତ୍ମନିଯୁକ୍ତି କର୍ମଶାଳା

 

କଳାହାଣ୍ଡି,୧୫/୧୨:

କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକ ପରିସରରେ ଦିନଦାୟାଲ ଗ୍ରାମୀଣ କୌଶଳ ଯୋଜନାରେ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଆତ୍ମନିଯୁକ୍ତି ଦେବା ଉଦ୍ଧେଶ୍ୟରେ ଏକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ତହସିଲଦାର ତଥା ଭାରପ୍ରାପ୍ତ ବିଡ଼ିଓ ଅବନିକାନ୍ତ ସାହୁ, ବ୍ଲକ ଅଧକ୍ଷ୍ୟା ଅମୃତା ସାହୁ, ଅତିରିକ୍ତ ତହସିଲଦାର ଶୁଭ୍ରାଂଶୁ ଶେଖର ପାଢ଼ୀ, ପ୍ରଗତି ସହାୟକ ପୁରୁଷୋତ୍ତମ ଧରୁଆ, ଡ଼ିଆରଡିଏ ଜିଲ୍ଲା ସଂଯୋଜକ ଆଶିଷ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ କର୍ମନିଯୁକ୍ତି ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଏସଓ ସସ୍ମିତା ପଟେଲ, ମନରେଗା ସହାୟକ ବିରଞ୍ଚି ଗହୀର, ଏସିପି ସତ୍ୟ ପଧାନ, ଓମ ଜଗଦୀଶ୍ବର ଜାନି ପ୍ରମୁଖ ସହାୟତା କରିଥିଲେ। ଏଥିରେ ବହୁ କମ୍ପାନୀ ଯୋଗଦେଇ କାଉନ ସେଲିଙ୍ଗ କରିଥିଲେ। ତେବେ ପ୍ରଚାର ପ୍ରସାର ଅଭାବରୁ ଅନେକ ଲୋକ ଖବର ପାଇ ନ ପାରି ଥିବା ଅଭିଯୋଗ କରିଛନ୍ତି।

Report by :

Narottam Selma, Special Correspondent odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.