କୋକସରା,୧୫/୧୨:
କୁସୁମଖୁଣ୍ଟି ସରସ୍ବତୀ ଶିଶୁମନ୍ଦିର ରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଜାପିତ ହୋଇଯାଇଛି । ଉଦଜାପନୀ ଉତ୍ସବରେ ଇନ୍ଦ୍ରାବତୀ ହାଇସ୍କୁଲ ଡଙ୍ଗରି ଗୁଡା ଖେଳ ଶିକ୍ଷକ କୃପାସିନ୍ଧୁ ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏହି କ୍ରୀଡା ରେ ଭାଗ ନେଇଥିବା ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଧିତ କରାଯାଇଥିଲା
ଏହି ଉତ୍ସବରେ ସମ୍ମାନୀତ ଅତିଥ ଭାବେ ଅଶୋକ କୁମାର ଦାସ, ପ୍ରଦୀପ କୁମାର ଦାସ, ବାପି ବାନୂଆ, ମହେନ୍ଦ୍ର ବେହେରା, ହୀରନ୍ୟ ବେହେରା, ସରସ୍ବତୀ ଶିଶୁମନ୍ଦିର ସଭାପତି ବୃନ୍ଦାବନ ପୂଝରୀ, ଅବିଭାବକ ତଥା ବିଶିଷ୍ଟ କ୍ରୀଡାବିତ ମହେନ୍ଦ୍ର ବେହେରା, ପ୍ରଧାନ ଗୁରୁଜୀ ଭବାନୀ ଶଙ୍କର ବେହେରା ପ୍ରମୂଖ ରହିଥିବା ବେଳେ ସହ ଶିକ୍ଷକ ପରମାନନ୍ଦ ବେମାଳ,
ମୁରଲୀଧର ପଟ୍ଟନାୟକ, ଉତ୍ତମ କୁମାର ପଣ୍ଡା, ଭୋଳାନାଥ ଗହୀର, କ୍ଷୀରୋଦ ନାଏକ, ବିଶ୍ୱରଂଜନ ଦାସ, ସୁରେନ୍ଦ୍ର ମାଝୀ, ଦୁଷ୍ମନ୍ତ ପୂଝରୀ, ସନ୍ଧ୍ୟାରାଣୀ ମହାରଣା, ମିନତୀ ପଟ୍ଟନାୟକ, ମିନାକ୍ଷୀ ନାଗ, ତରୁଣୀ ଗୋପାଳ, ଭିକାରିଚରଣ ବିଶି ପ୍ରମୁଖ ସହଯୋଗ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରେଇ ଥିଲେ ।
ଗୁରୁଜୀ ପରମାନନ୍ଦ ବେମାଳ ଓ ଉତ୍ତମ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଭାଇ ହୃଦାନନ୍ଦ ନାଏକ ଏ ବର୍ଷର ଶ୍ରେଷ୍ଠ କ୍ରୀଡା ବିତ ଘୋଷିତ ହୋଇଥିଲେ । ପରିଶେଷରେ ପ୍ରଧାନ ଗୁରୁଜୀ ଭବାନୀ ଶଙ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
Report by Hiranya Behera, Reporter Koksara odiabarta.in