ଜନବସତି ମୁହାଁ ବାଘ ମାମୁଁ, ଦେଖନ୍ତୁ ଭିଡ଼ିଓ

ବଲାଙ୍ଗିର,୧୫/୧୨: ସଇଁତଲା – ଟିଟିଲାଗଡ ରାସ୍ତାରେ ଆଜି ବାଘର ଉପସ୍ଥିତି ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । ବାଘକୁ ଦେଖି ବାଟୋଇମାନେ ଗାଡି ମଟର ଛାଡି ଛିନ୍ନଛତ୍ର ହୋଇ ପଳାୟନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ସଇଁତଲା ପାଖ ଗୋଳାବାରୁଦ କାରଖାନା ରାସ୍ତାରେ ରାତିରେ ଦୁଇଟି ବାଘ ଦେଖାଯାଇଥିଲେ । ଏନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇ ସମସ୍ତେ ଆତଙ୍କିତ ଭାବରେ ଥିବାବେଳେ ଆଜି ରାସ୍ତା ଉପରେ ବାଘର ଉପସ୍ଥିତି ସାଧାରଣ ଜନତାର ଭୟକୁ ବହୁଗୁଣିତ କରିଛି । ବନ ବିଭାଗ ପକ୍ଷରୁ ବାଘକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ।

ବଲାଙ୍ଗୀରରୁ ଦେବେନ୍ଦ୍ର କୁମାର ଯୋଶୀଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.