ଭୁବନେଶ୍ୱର: ପେନାଲଟି ସୁଟ୍ଆଉଟ୍ରେ ନେଦରଲାଣ୍ଡସ୍କୁ ୩-୨ ଗୋଲରେ ପରାସ୍ତ କରି ପ୍ରଥମ ଥର ପାଇଁ ବିଶ୍ୱବିଜେତା ହେଲା ବେଲ୍ଜିୟମ। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍ରେ ରବିବାର ରୋମାଂଚକ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଭୟ ଦଳ ପେନାଲଟି ସୁଟ୍ଆଉଟ୍ରେ ଗୋଲ୍ ବର୍ଷା କରିଥିଲେ। ଚଳିତ ବିଶ୍ୱକପ୍ରେ ବେଲଜିୟମ ଚମତ୍କାର ପ୍ରଦର୍ଶନ କରି ଗୋଲ ବର୍ଷା କରିଥିବା ବେଳେ ଆଜି ଫାଇନାଲ୍ରେ ନେଦରଲାଣ୍ଡ୍ ମଧ୍ୟ କଡ଼ା ଟକ୍କର ଦେଇଥିଲା। ତେବେ ବେଲ୍ଜିୟମ ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲ୍ରେ ବାଜି ମାରିବା ସହ ପୁରୁଷ ୨୦୧୮ ହକି ବିଶ୍ୱକପ୍ ଜତିବାର ଗୌରବ ଅର୍ଜନ କରିଛି।