ପ୍ରଖ୍ୟାତ ଲେଖିକା ନବନୀତା ଦେବ ସେନଙ୍କ ପରଲୋକ


କଲକାତା,୮/୧୧: ବଙ୍ଗଳା ଭାଷାର ପ୍ରଖ୍ୟାତ ଲେଖିକା ନବନୀତା ଦେବ ସେନଙ୍କ ପରଲୋକ ଘଟିଛି । କେନ୍ସର୍ ଯୋଗ ଦଶ ଦିନ ଧରି ତାଙ୍କ ଅବସ୍ଥା ଗୁରୁତର ଥିଲା ।

ନବନୀତା କବିତା, ଉପନ୍ୟାସ, କ୍ଷୁଦ୍ରଗଳ୍ପ ସମେତ ସ୍ତମ୍ଭ ଚରନା କରୁଥିଲେ । ତାଙ୍କର ବହୁ କବିତା ଓ ଉପନ୍ୟାସ ପାଠକ ମହଲରେ ବେଶ୍ ଲୋକପ୍ରିୟ । ‘ନଟୀ ନବନୀତା’ ପୁସ୍ତକ ପାଇଁ ୧୯୯୯ରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ଏବଂ ୨୦୦୦ରେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ସେ ଅକ୍ସଫୋର୍ଡ୍ ବିଶ୍ୱବିଦ୍ୟାଳୟ ଓ ଆମେରିକାର କଲରାଡୋ କଲେଜରେ ଅଧ୍ୟାପିକା ଭାବେ ସେବା ପ୍ରଦାନ କରିଥିଲେ । ଯାଦବପୁର ବିଶ୍ୱବିଦ୍ୟାଳୟରେ ମଧ୍ୟ ଶିକ୍ଷା ପ୍ରଦାନ କରିଥିଲେ ।

ନବନୀତାଙ୍କ ଜନ୍ମ ୧୩ ଜାନୁଆରୀ ୧୯୩୮ରେ କଲକାତାରେ ନରେନ୍ଦ୍ର ନାଥ ଦେବ ଓ ରାଧାରାଣୀ ଦେବୀଙ୍କ କୋଳରେ ହୋଇଥିଲା । ତାଙ୍କ ପିତାମାତା ଉଭୟ କବି ଥିଲେ । ସେ ୧୯୫୮ରେ ନୋବେଲ୍ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କୁ ବିବାହ କରିଥିଲେ । ତେବେ ୧୯୭୬ରେ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା । ତାଙ୍କର ଦୁଇ ଝିଅ ଅଛନ୍ତି; ଅନ୍ତରା ଲେଖିକା ହୋଇଥିବାବେଳେ ନନ୍ଦନା ଅଭିନେତ୍ରୀ ଅଟନ୍ତି ।


ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta