କେସିଙ୍ଗା: ବାତ୍ୟା ‘ପେଥାଇ’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କଳାହାଣ୍ଡି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଗତକାଲି ଓ ଆଜି ବର୍ଷା ଲାଗି ରହିଥିବାରୁ ଚାଷୀଚିନ୍ତାରେ ରହିଛନ୍ତି । ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ପରାମର୍ଶ ଦେଇଛନ୍ତି। ବାତ୍ୟା ଜନିତବର୍ଷା ପ୍ରଭାବରେ ୧୮ତାରିଖ ପର ଠାରୁ ରାଜ୍ୟରେ ରାତିର ତାପମାତ୍ରା କମିବ । ଏପରିକି ସର୍ବନିମ୍ନ ତାପମାତ୍ରାତିନିରୁ ୪ଡିଗ୍ରି ପର୍ଯ୍ୟନ୍ତ କମିପାରେ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
For latest news updates
Please subscribe to notifications by clicking on the bell button.
Like us on facebook
http://www.facebook.com/odiabarta/
Subscribe us on youtube