କୋକସରା,୧୭/୧୨: ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ନେଇ ଆସନ୍ତା ଜାନୁଆରୀ ୧୩ ତାରିଖ ଦିନ କୁସୁମଖୁଣ୍ଟି ଠାରେ ହେବାକୁ ଥିବା ଟୋକୀ ପର୍ବର ମଧ୍ୟବର୍ତ୍ତୀ କାଳୀନ ପୂଜାନୋତ୍ସବ କୁସୁମଖୁଣ୍ଟି ଗ୍ରାମ୍ୟ ପୂଜା ପରିଚାଳନା କମିଟି ଓ ଜନସାଧାରଣଙ୍କ ସହଯୋଗରେ ଆୟୋଜିତ ହୋଇଯାଇଛି । ପାରମ୍ପାରିକ ରିତିନିତି ଅନୁସାରେ ପୂଜାରୀ ଯାନି ଗୁରୁମା ଗ୍ରାମର ମାଟି ଘର ପାଖରେ ଟୋକୀ ପର୍ବ ପୂଜା କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ମାଟି ମା, ଗ୍ରାମର ଇଷ୍ଟ ଦେବୀ ଓ ବିଭିନ୍ନ ଦେବଦେବୀ ଙ୍କୁ ଆବାହନ କରି ଟୋକୀ ରୂପେ ଦିଆ ଯାଉ ଥିବା ବୋଦା (ଗଡ଼ରା)କୁ ମାଟି ଘରେ ପରିକ୍ରମା କରେଇ ପୂଜାରୀ ଓ ବୋଦା କୁ ଗଣ୍ଠି ପକା କାର୍ଯ୍ୟକ୍ରମ କରିଥିଲେ ।
ଏହି ଅବସରରେ ଅନେକ କାଲିସି ମାନ ଦେଖିବାକୁ ମିଳିଥିଲା ପରେ ପରେ ବୋଦା କୁ ଧାରନି ଘରକୁ ନେଇ ପୂଜାର୍ଚନା କରି ଗଣ୍ଠି ପକେଇ ପୂଜାରୀ ଙ୍କ ଟୋକି (ଝିଅ) ଭାବରେ ସମର୍ପି ପୂଜା କାର୍ଯ୍ୟ ସମାପନ କରାଯାଇଥିଲା ।
ଗ୍ରାମ୍ୟ ପୂଜା ପରିଚାଲନା କମିଟି ସଭାପତି ଲକ୍ଷ୍ମଣ ବେହେରା, ସମ୍ପାଦକ ରବୀନ୍ଦ୍ର ଚାଳନ, ଡିଙ୍ଗର ବେହେରା, ବେଣୁଧର କାଣ୍ଡ, ବଂଶୀଧର ବେହେରା, ଘେନୁ ବେହେରା, ପିତାମ୍ବର ପୂଜାରୀ, ସୁଦର୍ଶନ ବେହେରା, ବନ ଶବର ପ୍ରମୁଖ ଉପସ୍ଥିତ ରହି ପୂଜା କାର୍ଯ୍ୟ ରେ ସହଯୋଗ କରିଥିଲେ ।
କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in
For latest news updates
Please subscribe to notifications by clicking on the bell button.
Like us on facebook
http://www.facebook.com/odiabarta/
Subscribe us on youtube