କବିତା : ବଣମଲ୍ଲୀ


ସସ୍ମିତା ସାହୁ (ଲିପି)

ବଣର ମଲ୍ଲୀ ତୁ ବଣରେ ଝରିବୁ
କାଇଁ ଖୋଜୁଛୁ ଆଉ ସେ ସୁଖ
ରାଜ ଉଆସରେ ନାହିଁ ତୋର ଭାଗ୍ୟ
ନା କରିପାରିବୁ ପ୍ରଭୁଙ୍କ ଚରଣ ସ୍ପର୍ଶ।

ଅସୁମାରୀ ଆଶା ଅସୁମାରୀ ସ୍ୱପ୍ନ
କେତେ ଯେ ତୁ କରିଅଛୁ
ହେଲେ କି କରିବୁ ଏମିତି
ଭାଗ୍ୟକୁ ନେଇ କି ତୁ ଜନ୍ମିଅଛୁ।

କରିବୁନି ଆଶା ସୁଖ ପାଇଁ କେବେ
ଦୁଃଖ ତୋ ଭାଗ୍ୟରେ ଲେଖା
ଫୁଟି ଚାଲୁଥିବୁ, ଝରି ପଡ଼ୁଥିବୁ
ଏଇଟା ତୋ ଭାଗ୍ୟର କଥା
ବଣମଲ୍ଲୀ ତୁ ଯେ, ବଣରେ ଝରିବୁ
ଏହା ତୋ ଭାଗ୍ୟର ଲେଖା।

ପୁଟିଗାଁ, କଳାହାଣ୍ଡି


ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta