କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଦୀପ ଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

କଳାହାଣ୍ଡି,୧୩/୧୧(ହେମନ୍ତ ସାହୁ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମ.ରାମପୁର ପୋଲିସ ପଡ଼ାଠାରେ ଦୀପ ଯଜ୍ଞ ଅନୁଷ୍ଠିତ ହେଇଯାଇଛି । ଏକହଜାର ଆଠଟି ଦୀପକୁ ନେଇ ଅନୁଷ୍ଠିତ ଏହି ଦୀପ ଯଜ୍ଞରେ କର୍ତ୍ତା ସନ୍ତୋଷ ବାରିକ ସପତ୍ନୀକ, କାହ୍ନୁ ମାଝୀ, ମାନସ ମହାରଣା, ପିଂଟୁ କାଲସାଏ, ତ୍ରୈଲୋକ୍ୟ ନାଏକ(ମୁନ୍ନା), ରଂଜିତ ରଣା, ଗୁପ୍ତେ କାଲସାଏ, ଅୟନ ମିତ୍ତଲ, ଡ଼ମ୍ବରୁଧର ସାହୁ, ଜିତୁ ସାହୁ, ଅନାମ ବାଗ, ମନୋଜ ସାହୁ, ଗୋବିନ୍ଦ ବେହେରା ପ୍ରମୁଖ ନେତୃତ୍ୱ ନେଇଥିବାବେଳେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ଠିକସେହିପରି ଜଗନ୍ନାଥ ମନ୍ଦିରରେ ମଧ୍ୟ ଦୀପ ଯଜ୍ଞ ଆୟୋଜନ କରାଯାଇଥିଲା । ପ୍ରକାଶ ଚନ୍ଦ୍ର ସାହୁ, କେଦାର ମହାରଣା,ବପୂଜକ ଅଶୋକ ତ୍ରିପାଠୀଙ୍କ ନେତୃତ୍ୱରେ ରାତି ୧୨ଟାରେ ମହାଦୀପ ଉଠିଥିଲା । ଶ୍ରଦ୍ଧାଳୁାମାନେ ମହାଦୀପ ଦର୍ଶନ କରିଥିଲେ । ମ.ରାମପୁରର ଅଲାତରା ଗ୍ରାମରେ ରାମଲୀଳା ନାଟକ ମଂଚସ୍ଥ ହେଇଥିବାବେଳେ ମଦନପୁରଠାରେ ସରପଂଚ ରାଜେଶ କୁମାର ଧଙ୍ଗଡ଼ାମାଝୀଙ୍କ ନେତୃତ୍ୱରେ ଡ଼୍ୟାନ୍ସ ଧମାକା ଅନୁଷ୍ଠିତ ହେଇଥିଲା । ଏହି ଡ଼୍ୟାନ୍ସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବନମାଳୀ ସିଂହ । 

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.