କୁମାରସ୍ବାମୀ ମହୋତ୍ସବରେ ସମ୍ବର୍ଦ୍ଧିତ ହେଲେ ଅନେକ ବରିଷ୍ଠ ସାମ୍ବାଦିକ


କଳାହାଣ୍ଡି,୧୩/୧୧ : ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ବୁଢିପଦରର ୨୭ତମ ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବରେ ସମ୍ବର୍ଦ୍ଧିତ ହୋଇଛନ୍ତି ନର୍ଲା ବ୍ଲକ ଅଞ୍ଚଳର ଅନେକ ସାମ୍ବାଦିକ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢିପଦର ଠାରେ ୪ ଦିନଧରି ଆୟୋଜିତ ଏହି ଭବ୍ୟ ଉତ୍ସବର ତୃତୀୟ ଦିବସରେ ସାମ୍ବାଦିକ ମାନଙ୍କୁ ମାନପତ୍ର, ଉପଢୌକନ ସହ ଅତିଥିମାନେ ସମ୍ମାନୀତ କରିଥିଲେ ।

ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନର୍ଲା ସମ୍ବାଦ ପ୍ରତିନିଧି ଅଭିରାମ ନନ୍ଦ, ଓଡିଆ ବାର୍ତ୍ତାର ଷ୍ଟାପ ରିପୋର୍ଟର ନିରଞ୍ଜନ ଗୌଡ, ରୁପ୍ରାରୋଡ ସମ୍ବାଦ ପ୍ରତିନିଧି ଅନିଲ କୁମାର ଅଗ୍ରୱାଲ, କଳିଙ୍ଗ ଟିଭି ନର୍ଲା ପ୍ରତିନିଧି ପ୍ରେମଲାଲ ପଣ୍ଡା, ପଲମ ଧରିତ୍ରୀ ପ୍ରତିନିଧି ଭିକାରୀ ଗଉଡ, ରୁଫ୍ରା ସମ୍ବାଦ ପ୍ରତିନିଧି ଅଜୟ ସେନାପତି, ରୁପ୍ରାରୋଡ ପ୍ରମେୟ ପ୍ରତିନିଧି ଦୀପକ କୁମାର ମହାନ୍ତୀ, ଫାଷ୍ଟମେଲ ଟିଭି ନର୍ଲା ପ୍ରତିନିଧି ପ୍ରଦୀପ କୁମାର ଗଉଡ ଓ ରୁପ୍ରାରୋଡ ସମାଜ ପ୍ରତିନିଧି ସୁମିତ କୁମାର ଶର୍ମା ପ୍ରମୂଖଙ୍କୁ ସମ୍ମାନୀତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ପ୍ରତିନିଧୀ ପ୍ରତାପ କୁମାର ବାଗ, ଲୋକକଳାକାର ସର୍ବେଶ୍ବର ଭୋଇ, ସମାଜସେବୀ ରତନ କୁମାର ଅଗ୍ରୱାଲ, ଗୋବିନ୍ଦ ବନଛୋର, ଯୁବ ଉଦ୍ୟାେଗପତି ଧିରେନ୍ଦ୍ର କୁମାର ଖେତାନ, ବିଶିଷ୍ଟ କୃଷକ ବୈଷ୍ଣବ ମାଝୀଙ୍କ ସମେତ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ, ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସମ୍ପାଦକ ସୁଧିର କୁମାର ଧଙ୍ଗଡାମାଝୀ, ଯୁବ ଲେଖକ ଡିଲେଶ୍ବର ରଣା ପ୍ରମୂଖ ଉପସ୍ଥିତ ଥିଲେ ।

ଉଦଜାପନୀ ସନ୍ଧ୍ୟାରେ ନର୍ଲାର ବରିଷ୍ଠ ସାମ୍ବାଦିକ ଦୀପକ କୁମାର ଠାକୁର, ଲିଙ୍ଗରାଜ ମିଶ୍ର, ମନୋଜ କୁମାର ଷଡଙ୍ଗୀ, ରାଜକୁମାର ସିଂଦେଓ, ନିକୁଞ୍ଜ ଦତ୍ତା ପ୍ରମୂଖଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡାମାଝୀଙ୍କ ଠାରୁ ପ୍ରକାଶ ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta