ସମ୍ବଲପୁର: ପ୍ରାଜ୍ଞଶ୍ରୀ ସେଲ୍ୟୁସନ ପକ୍ଷରୁ ସ୍ଥାନୀୟ ସାଂସ୍କୃତିକ ସମାଜ ଠାରେ ତୃତୀୟ ସମ୍ବଲପୁର ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଛି। ଏଥିରେ ବିଶିଷ୍ଟ ଚଳଚିତ୍ର ଅଭିନେତା ମନୋଜ ମିଶ୍ରଙ୍କୁ ମର୍ଯ୍ୟାଦାଜନକ ପ୍ରାଜ୍ଞଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ଦେଶ ବିଦେଶରୁ ଆସିଥିବା ବିଭିନ୍ନ ଚଳଚ୍ଚିତ୍ର ମଧ୍ୟରୁ ‘ସ୍କ୍ରିମିଙ୍ଗ ସମୋସା’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ କରାଯାଇଥିଲା। ଏଥିସହ ଗୁନଚା ଚଳଚ୍ଚିତ୍ରର ଲୋଚନୀ ବାଗଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, କୁପି ଚଳଚ୍ଚିତ୍ରର ରାଜେନ୍ଦ୍ର କୁମାର ସାହୁଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯାଇଥିଲା। ଏହାବାଦ ଅନ୍ୟାନ୍ୟ ଚଳଚିତ୍ରର ବିଭିନ ବିଭାଗ ପାଇଁ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ମନୋଜ ମିଶ୍ରଙ୍କ ସମେତ ଗୀତିକାର ବିନୋଦ ପଶାୟତ, ସଙ୍ଗୀତ ନିର୍ଦ୍ଦେଶକ ଶ୍ୟାମସୁନ୍ଦର ଧର, ପଙ୍କଜ ଜାଲ ପ୍ରମୁଖ ଉପସ୍ଥିତ ଥିଲେ। ଫେଷ୍ଟିଭାଲର ପରିଚାଳନା ନିର୍ଦେଶକ ପାଣିନୀ ପ୍ରାଜ୍ଞ ପ୍ରାରମ୍ଭିକ ସୂଚନା ଦେଇଥିଲେ।
For latest news updates
Please subscribe to notifications by clicking on the bell button.
Like us on facebook
http://www.facebook.com/odiabarta/
Subscribe us on youtube