ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରୁଥିବା ବେଳେ ପାର୍ଟି ନେତା କମଳନାଥ ମଧ୍ୟପ୍ରଦେଶର ଓ ଭୁପେଶ ବାଘେଲ ଛତିଶଗଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଛନ୍ତି ।
ଶ୍ରୀ ଗେହଲତ ତୃତୀୟଥର ଲାଗି ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରୁଥିବା ବେଳେ ସଚିନ ପାଇଲଟ ପ୍ରଥମଥର ଲାଗି ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରୁଛନ୍ତି ।
ଛିନ୍ଦୱାରା ଆସନରୁ ନଅ ଥର ଲୋକସଭା ସଦସ୍ୟ ହୋଇଥିବା ଶ୍ରୀ କମଳନାଥ ଅନେକ ବିଚାର ଆଲୋଚନା ପରେ କଂଗ୍ରେସ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । 72 ବର୍ଷ ବୟସ୍କ ଶ୍ରୀ କମଳନାଥ ମଧ୍ୟପ୍ରଦେଶ ର 18 ତମ ମୁଖ୍ୟମନ୍ତ୍ରୀ ।
ଛତିଶଗଡ କଂଗ୍ରେସ ସଭାପତି ଭୁପେଶ ବାଘେଲ ସନ୍ଧ୍ୟାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସେ ରାଜ୍ୟର ତୃତୀୟ ମୁଖ୍ୟମନ୍ତ୍ରୀ ହେବେ। ବିଜ୍ଞାନ ମହାବିଦ୍ୟାଳୟ ପଡିଆରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।