ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରିଣି ବୈଠକ

ବଲାଙ୍ଗୀର,୧୭/୧୨
ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭାର ନବ ନିର୍ବାଚିତ ସଭ୍ୟ ମାନଙ୍କର ପ୍ରଥମ କାର୍ଯ୍ୟକାରିଣି ବୈଠକ ସଇଁତଲା ବ୍ଲକ ଅନ୍ତର୍ଗତ ବେଳଗାଁ ଠାରେ ଅନୁଷ୍ଟିତ ହୋଇ ଯାଇଛି । ଜିଲ୍ଲା ସଭାପତି ପରମାନନ୍ଦ ହାତୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସଭା ପରିଚାଳନା କରିଥିଲେ ବରିଷ୍ଠ ଆଇନଜୀବି ତଥା ବିଶିଷ୍ଟ ଯାଦବ ବ୍ୟକ୍ତିତ୍ବ ମନେଜ ହାତୀ । ବୈଠକରେ ଯାଦବ ସମାଜକୁ ଅଧିକ ସୁଦୃଢ କରିବା ସହ ବିଭିନ୍ନ ବିଷୟର ଉପରେ ଆଲୋଚନା, ପର୍ଯ୍ୟାଲୋଚନା ହୋଇଥିଲା । ଏହି ସଭାର ଆୟୋଜକ ଥିଲେ ବେଲଗାଁ ପଞ୍ଚାୟତର ସଭାପତି ଦାମୋଦର ହାତୀ । ବୈଠକରେ ସମସ୍ତ ବ୍ଲକ ଯାଦବ ସଭାପତି, ସମ୍ପାଦକ ଓ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Report by :
Debandra Kumar Joshi Bolangir Correspondent & Ramnarayan Bag Special Correspondent odiabarta.in

http://For latest news updates  Please subscribe to notifications by clicking on the bell button.  Like us on facebook  http://www.facebook.com/odiabarta/ Subscribe us on youtube  https://m.youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.