୫ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ !

୨୦ ତାରିଖ ପରେ 

ନୂଆଦିଲ୍ଲୀ: ୨୦ ଡିସେମ୍ବର ପରେ ୫ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ୍‌! ଯେଉଁଥିପାଇଁ ଏଟିଏମ୍‌ରେ ବି ଟଙ୍କା ଅଭାବ ପଡ଼ିପାରେ। ସବୁ ବ୍ୟାଙ୍କ୍‌ ୨୦ ତାରିଖ ମଧ୍ୟରେ ସୁଚାରୁ ରୂପେ କାମ କରିବେ। ୨୧ ତାରିଖରୁ ୨୬ ତାରିଖ ମଧ୍ୟରେ ୫ ଦିନ ବ୍ୟାଙ୍କ୍‌ ବନ୍ଦ ରହିବ। ୨୧ରୁ ୨୬ ଡିସେମ୍ବର ମଧ୍ୟରେ କେବଳ ମାତ୍ର ଗୋଟାଏ ଦିନରେ ବ୍ୟାଙ୍କ୍‌ ଖୋଲା ରହିବ।

୨୧ ଡିସେମ୍ବରରେ ବ୍ୟାଙ୍କ୍‌ କର୍ମଚାରୀମାନେ ଧର୍ମଘଟ କରିବେ। ଏହି ଧର୍ମଘଟ କାରଣରୁ ୨୧ ତାରିଖରେ ସବୁ ସରକାରୀ ବ୍ୟାଙ୍କ୍‌ ବନ୍ଦ ରହିବ। ତା’ପରଦିନ ଅର୍ଥାନ ୨୨ ତାରିଖ ହେଉଛି ମାସର ଚତୁର୍ଥ ଶନିବାର। ଏହି ସକାଶେ ସେ ଦିନ ବି ବ୍ୟାଙ୍କ୍‌ ଛୁଟି ରହିବ। ତା’ପର ଦିନ ୨୩ ତାରିଖ ରବିବାର ଯେହେତୁ ଛୁଟି ରହିବା ସ୍ୱାଭାବିକ। ୨୪ ତାରିଖ ଅର୍ଥାତ, ସୋମବାର ଗୋଟାଏ ଦିନ ବ୍ୟାଙ୍କ୍‌ ଖୋଲା ରହିବ। ତା’ପର ଦିନ ୨୫ ତାରିଖ ହେଉଛି ଜିଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ। ଅର୍ଥାତ, କ୍ରିସ୍‌ ମାସ୍‌। ସେଦିନ ବି ବ୍ୟାଙ୍କ୍‌ ବନ୍ଦ ରହିବ। ୨୬ ତାରିଖରେ ବି ଧର୍ମଘଟ କାରଣରୁ ବ୍ୟାଙ୍କ୍‌ ବନ୍ଦ ରହିପାରେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.