କବିତା : ଟୁକେଲ ଜନମ୍

କାଁଏ ଯେ ଦେଲୁ କହ ରେ ଭଗବାନ
ଏନ୍ତା ଜନମ୍ ଟେ ମତେ,
ହୁର୍ ଗୁନି ହେଉଛେଁ ଆଘର୍ କଥା କେ
ଆଝିର୍ କେଥନି କେତେ।

ପଡ଼ିକି ଯାଉଛେ ଘାଏକେ ସତେ ଗା
ଧରୁଛେଁ ଯେନ ଡାହି,
ହାରି ଗଲିନ ଇ ମାୟା ଦୁନିଆଁ ନୁ
ଦୁଃଖ୍ ମୁଇଁ ସହି ସହି।

କାହାକେ କହେମି ଇ ମନର କଥା
ବୁଝୁଛନ୍ କେହି ନାଇଁ,
ଏକଲା ଏକଲା ବାଟ୍ ଚାଲୁଛେଁ
କାନ୍ଦୁଛେଁ ହେଁକେଇ ହେଁକେଇ।

ଟୁକେଲ ଜନମ୍ ଚୁଏଲ ମୁଡକେ
କଥା ଥି ଅଛେ ପରେ,
ନିଜର ମନେ ମୋର୍ କିଛି ନେ ହେବାର
ଭରି ହେଇଛେଁ ଘରେ।

ପାଠ୍ ସାଠ୍ ପଢ଼ି ଚାଖରି କରମି
କେତେ ଦେଖିଥିଲି ସପନ୍,
ଗୁଟ୍ ଗୁଟ୍ ହେଇ ଭାଙ୍ଗିଗଲା ସବୁ
ସୁଇନ୍ ହେଲା ଜୀବନ୍।

ମା ବୁଆ ମୋର୍ ବାଟେଇ ନେଲେ ମତେ
ଆଝିର୍ ପରହର୍ ଘର୍,
ଆଘର୍ କଥା ସବୁ ହେତେଇ ହେତେଇ
ହେଲା ନ ମତେ କଂପି ଜର।

କାଁଏ ପାପ ମୁଇଁ କରିଛେଁ ସତେ
ଟୁକେଲ ହେଇ ଜନମ୍
ଦୁଃଖ ଖାଲି ଆଉଛେ ଜୀବନେ ମୋର୍
ଫଟା ଆଏ ଇ କରମ୍।

ସୋନାଲି ପାଢ଼ୀ

ତୁମଗାଁ,ବରଗଡ଼ 

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.