ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଚେରୀ ନିର୍ମାଣ ବିବାଦ

କର୍ଲାମୁଣ୍ଡା,୨୯/୧୧ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ପାଚେରି ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି । ନିର୍ମାଣର ବର୍ଷେ ପୁରିନଥିବା ପାଚେରୀକୁ ଭାଙ୍ଗି ସେଠିରେ ନୂତନ ପାଚେରୀ ନିର୍ମାଣ କରିବା ପାଇଁ ଯୋଜନା ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏ ବିଷୟରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ କହିଲେ ଯେ, ବିଦ୍ୟାଳୟ ପରିଚାଲନା କମିଟି ଓ ଗ୍ରାମବାସୀଙ୍କୁ ଜଣାଇ ପାଚେରୀ ଭଙ୍ଗା ଜାଇଛି । ସୂଚନାଯୋଗ୍ୟଯେ ବର୍ତ୍ତମାନର ସମୟରେ ବିଦ୍ୟାଳୟ କୋଠା ମାନଙ୍କର ରକ୍ଷଣାବେକ୍ଷଣ ଓ ନୂତନ ନିର୍ମାଣ କାର୍ଯ୍ୟ ପଞ୍ଚାୟତରାଜ ବିଭାଗ ହାତରେ ରହିଛି ।

ବର୍ତ୍ତମାନ ଗ୍ରାମବାସୀଙ୍କ ମନରେ ପ୍ରଶ୍ନ ଉଠୁଛି କି ବର୍ଷେ ନପୁରୁଣୁ ପାଚେରୀ ଭାଙ୍ଗା ଜିବାର କାରଣ କ’ଣ ? ଯଦି ବା ନିର୍ମାଣ କରିବାର ଥିଲା ନୂତନ ସ୍ଥାନରେ ନିର୍ମାଣ ହେଉନାହିଁ କାହିଁକି ? ପାଚେରୀ ସତରେ କ’ଣ ଦୂର୍ବଳ ହୋଇ ଜାଇଥିଲା ନା ପାଚେରୀ ନିର୍ମାଣ ପାଇଁ ସ୍ଥାନ ନଥିଲା ?

ଏସବୁ ବିଷୟରେ ବିଭାଗିୟ ଉଚ୍ଚ କତୃପକ୍ଷ ଦୃଷ୍ଟିଦେବାକୁ ବୁଦ୍ଧିଜିବୀ ମହଲରୁ ମତ ପ୍ରକାଶ ପାଇଛି ।

କର୍ଲାମୁଣ୍ଡାରୁ ବାଳକୁମାର ସାହୁଙ୍କ ରିପୋର୍ଟ odiabarta.in

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.