ନିଆଁରେ ପୋଡି ତିନି ଶିଶୁ ଗୁରୁତର

ଆହତ ମାନଙ୍କ ଅବସ୍ଥା ସଙ୍କଟାପୂର୍ଣ୍ଣ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଚିକିତ୍ସା

କୋକସରା,୩୦/୧୧ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡଙ୍ଗାଗୁଡ଼ା ବିଜମରା ଗ୍ରାମର ୩ ଜଣ ଶିଶୁ ଆଜି ଧାନ ଖଳାରେ ଖେଳୁଥିବା ସମୟରେ ନିଆଁରେ ପୋଡି ଗୁରୁତର ହୋଇଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦେହର ୭୦ ପ୍ରତିଶତ ଅଂଶ ପୋଡି ଯାଇଥିବା ସୂଚନା ମିଳିଛି । ଶିଶୁ ଙ୍କ ବୟସ ୫ ବର୍ଷ ପାଖାପାଖି ହେବ । ବିଜମରା ଗାଁ ର ହେମରାଜ ଦିଶାରୀ ଙ୍କ ଦୁଇ ଯାଆଁଳା ଝିଅ ରୋଜି ଦିଶାରୀ ଓ ଡେଜୀ ଦିଶାରୀ ଓ ଅନ୍ୟଜଣେ କୁଣ୍ଡିଗୁଡା ଗାଁର ରଚନା ରାଉତ ବୋଲି ଜଣାପଡିଛି। ସ୍ଥାନୀୟ ଲୋକଙ୍କ ସହଯୋଗ ରେ ଶିଶୁ ମାନଙ୍କୁ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭବାନୀ ପାଟଣା ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

 
କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta. In
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.