ରକ୍ତ ଦାନ ଜୀବନ ଦାନ ବାର୍ତ୍ତା ନେଇ ସାଇକେଲରେ ଭାରତ ପରିକ୍ରମା ଯାତ୍ରା


ସଇଁତଲାରେ ଜୟଦେବ ରାଉତଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ସଇଁତଲା,୨/୧୨ : ‘ରକ୍ତ ଦାନ ଜୀବନ ଦାନ’ ଏହି ମହାନ ବାର୍ତ୍ତା ନେଇ ସୁଦୂର କଲିକତାରୁ ସାଇକେଲରେ ଭାରତ ପରିକ୍ରମାରେ ବହାରିଥିବା ଭଦ୍ରକ ଜିଲ୍ଲାର ଶ୍ରୀଯୁକ୍ତ ଜୟଦେବ ରାଉତ ଶନିବାର ବଲାଙ୍ଗିରରେ ରାତ୍ରି ଯାପନ ପରେ ସକଳେ ପୁଣି ତାଙ୍କର ସାଇକେଲରେ ସଇଁତଲା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ରବିବାର ୧୨ ଟା ସମୟରେ ଦେଓଗାଁ ବଙ୍ଗଳା ଛକରେ ପହଞ୍ଚିଥିଲେ, ଦୁଃଖ ସମୟରେ ଯିଏ ସହାୟତା ହେବ ବା ରକ୍ତ ଅଭାବରୁ କେହି ମୃତ୍ୟୁବରଣ ନକରନ୍ତୁ ଓ ସମସ୍ତେ ରକ୍ତ ଦାନ ଦେଇ ଅନ୍ୟର ଜୀବନ ବଞ୍ଚାଇ ରୋଗୀ ମୁହଁରେ ହସ ଫୁଟେଇବା ପାଇଁ ଭାରତ ବର୍ଷରେ ଏକ ମହାନତା ହେଉ ଏହି ଳକ୍ଷ ନେଇ ଶ୍ରୀ ରାଉତ ସମସ୍ତଙ୍କୁ ଚେତନା ର ବାର୍ତ୍ତା ଦେଉଛନ୍ତି । ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ସଇଁତଲା ବ୍ଲକ ସଭାପତି ଶ୍ରୀଯୁକ୍ତ ଗୋକୁଲା ନନ୍ଦ ବଗର୍ତ୍ତୀ, ଜନସେବା କେନ୍ଦ୍ର ଦେଓଗାଁର ଶ୍ରୀ ନୀଳାଚଳ ମେହେର, ଶିକ୍ଷକ ଶ୍ରୀ ସୁଶାନ୍ତ ମହେର, ପ୍ରାଣୀ ଚିକିତ୍ସକ ଶ୍ରୀ ଶ୍ରୀରାମ ଡାଙ୍ଗ, ଯୁବ ସାମ୍ବାଦିକ ଶ୍ରୀ ପ୍ରଶାନ୍ତ କୁମାର ମେହେର ଓ ସ୍ଥାନୀୟ ଲୋକ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।

ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in