ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା


ସୋନପୁର,୨/୧୨ : ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ଗୀତା ସୁଗୀତା କତ୍ୟବୟ ଶିର୍ଷକ ଏକ ଜିଲ୍ଲା ସ୍ତରୀୟ ଗୀତା ଆବୃତି ପ୍ରତିଯୋଗିତା ସ୍ଥାନିୟ ଶିଶୁ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିଳମଣି ଓତା ଓ ଶିବ ନାରାୟଣ ପୁଝାରି ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ବିଭୁତି ଭୁଷଣ ସତପଥି, ଶତୃଘ୍ନ ହୋତା, ଅଜିତ ରଣା, ସନ୍ତୋଷିନି ନାୟକ, ଶିବନାରାୟଣ ପୁଝାରୀ, ନିଳମଣି ଓତା, ସୁଧାଂଶୁ ପାଧାନ, ସୁରେଶ ପଣ୍ଡା ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ ।

ଏ ବି ସି ଇ ଡି ଗ୍ରୃପରୁ ବୈଭବ ମହାପାତ୍ର, ସ୍ମାଇଲ ସାମଲ, ଅର୍ପିର୍ର୍ର୍ର୍ତା ସୁମନ ମହାନ୍ତି, ବିଶ୍ୱନାଥ ମହାକୁର, ପ୍ରଥମ ହୋଇଥିବା ବେଲେ ଅଭିଜିତ ପଣ୍ଡା, ସମିକ୍ଷା ମିଶ୍ର, ଦେବବ୍ରତ ମିଶ୍ର, ରଶ୍ମିତା ଧରୁଆ, ଟିକୁ ପଟେଲ ଦ୍ୱିତିୟସ୍ଥାନ ଓ ସୃଷ୍ଟିରାଣି ସାହୁ, ଗାର୍ଗୀ ପଣ୍ଡା, ବିନ୍ଦୁସ୍ମିତା ମେହେର, ପ୍ରଫୁଲ୍ଲ ମହାକୁଡ ତୃତିୟ ସ୍ଥାନ ଅଧିକାର କରିଥିଲେ ।

ପୁରସ୍କାର ବିତରଣି ଉତ୍ସବରେ ଜିଲ୍ଲା କୋଷାଗାର ଅଧିକାରି ଧରଣିଧର ଦାସ, ପ୍ରବଚକ ବାସୁଦେବ ପୁରୋହିତ, ନାରାୟଣ ପ୍ରସାଦ ରାୟଗୁରୁ, ଶମ୍ଭୁଭୂଷଣ ପଣ୍ଡା ପ୍ରମୁଖ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଏହି କୃତି ପ୍ରତିଯୋଗି ମାନେ ଆସନ୍ତା ୨୮ ଓ ୨୯ ରେ ହେବାକୁ ଥିବା ରାଜ୍ୟ ସ୍ତରିୟ ଗିତା ଆବୃତି ପ୍ରତିଯୋଗିତାରେ ଭାଗ ନେବେ ବୋଲି ସୁଚନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଜ୍ଞାନ ମିଶନର ସିତାଂଶୁ ପୁଜାହାରି, ଆଲୋକ ପଧାନ, ସହସ୍ରାଂଶ ପଟ୍ଟନାୟକ, ଅଚ୍ୟୁତାନନ୍ଦ ମହାନ୍ତି, ଯୁଧିଷ୍ଟିର ପଧାନି ପ୍ରମୁଖ ପରିଚାଳନା କରିଥିଲେ ।

ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in