ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁଶୁର୍ଲା ଠାରେ ବିଶ୍ବ ଏଡସ ଦିବସ ପାଳିତ


ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଲା କାର୍ଯ୍ୟକ୍ରମ

କର୍ଲାମୁଣ୍ଡା,୨/୧୨ : ଏଡସ ପରି ଏକ ଭୟାବହ ରୋଗ ସଂପର୍କରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟର ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁଶୁର୍ଲା ଠାରେ ବିଶ୍ବ ଏଡସ ଦିବସ ପାଳିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ ଅନ୍ତର୍ଗତ ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁଶୁର୍ଲା ଶିକ୍ଷା ଦାନ ସହ ଶୈକ୍ଷିକ ବାତାବରଣ ପାଇଁ ବେସ ସୁନାମ ଅର୍ଜନ କରିଛି ।

ସାମାଜିକ ଓ ସଚେତନତା ଧର୍ମି କାର୍ଯ୍ୟକ୍ରମ କ୍ରମରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସର ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା । ସୁଶ୍ରୀ ଜ୍ୟୋତିମାଳା ରାଉତଙ୍କ ତତ୍ତ୍ବାବଧାନରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଯୋଗେଶ ଚନ୍ଦ୍ର ସାହୁ, ଭାସ୍କର ଜାନୀ ଓ ସ୍ବେଛାସେବୀ ମାନଙ୍କ ଦ୍ବାରା ରାଲି ଓ ସ୍ଲୋଗାନ ଦେବା ସହ ଏଡସ ନିରାକରଣ ଓ ସଚେତନତା ସମ୍ବନ୍ଧିୟ ଏକ ଭିଡିଓର ଦୃଶ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta