ମାଝୀ ଏକାଡେମୀ ଉଦ୍ଘାଟନ କଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର 


ଜୁନାଗଡ଼,୨/୧୨ : ସ୍ଥାନୀୟ ସଂସ୍କୃତି ଭବନ ଠାରେ ମାଝୀ ଏକାଡେମୀକୁ ଉଦଘାଟନ କରିଛନ୍ତି ଓଡିଶା ସରକାରଙ୍କ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଏଥି ନିମନ୍ତେ ଆୟୋଜିତ ସଭାରେ ମାନ୍ୟବର ମନ୍ତ୍ରୀ କ୍ୟାପଟେନ ମିଶ୍ର ମୁଖ୍ୟ ଅତିଥି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୂବତନ ବିଧାୟକ ଗବର୍ଦ୍ଧନ ଦାସ, ଭବାନୀପାଟଣା ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଦଳେଇ, ପ୍ରିୟଦର୍ଶନୀ ଇନ୍ଦିରା ମହାବିଦ୍ୟାଳୟ ଜୁନାଗଡର ଅଧ୍ୟକ୍ଷ ବିଭୂତି ଭୂଷଣ ମେହେର, ଚମେଲି ଦେବୀ ମହାବିଦ୍ୟାଳୟ  ଅଧ୍ୟକ୍ଷା ପ୍ରିୟ ମଞ୍ଜରୀ ପଣ୍ଡା ପ୍ରମୂଖ ମଞ୍ଚାସିନ ଥିଲେ । ମାଝୀ ଏକାଡେମୀର ପରିଚାଳନା ନିର୍ଦ୍ଦେଶକ (ଏମଡି) ମାନସ ରଞ୍ଜନ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।   

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta